/odishatv-khabar/media/media_files/2025/10/21/low-pressure-2025-10-21-11-17-05.jpg)
low pressure Photograph: (OTV)
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମୁଦ୍ର ଭିତରେ ଅଧିକ ବଳ ଗୋଟାଇ ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ଆଜିଠୁ ବର୍ଷା ଆରମ୍ଭ ହୋଇପାରେ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଆଉ ସପ୍ତାହେ ପରେ ଓଡ଼ିଶା ଉପକୂଳକୁ ଛାରଖାର କରିଥିବା ମହାବାତ୍ୟାକୁ ପରିବ ୨୬ ବର୍ଷ। ସେତେବେଳେ ବି ଥିଲା ଏଥର ଭଳି ଠିକ୍ ସେହି ଅକଟୋବର ମାସ। ପାଖାପାଖି ସମାନ ସମୟ। ଅପରପକ୍ଷେ ଆମେରିକାନ ମଡେଲ୍ ‘ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍- ଜିଏଫଏସ୍ ଏବଂ ୟୁରୋପିଆନ୍ ମଡେଲ୍ ECMWF ମଧ୍ୟ ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଇସାରା ଦେଇଛନ୍ତି ନିଜ ନିଜ ପୂର୍ବାନୁମାନରେ। କିନ୍ତୁ ଗତିବିଧି ଆକଳନ କରିନାହାଁନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଫେରିଯିବା ପରେ ପାଗ ଅନୁକୂଳ ଥିବାରୁ ବାତ୍ୟାକୁ ଏଡ଼ାଇ ଦିଆଯାଇନପାରେ।...
ପାଣିପାଗର ଗତିବିଧି ସଂପର୍କରେ ସବୁବେଳେ ସଠିକ୍ ଓ ନିର୍ଭୁଲ୍ ଆକଳନ କରୁଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର, ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରିନଥିବା ସ୍ପଷ୍ଟ କରିସାରିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର।
Villagers Block Sand Mafia: ବାଲି ମାଫିଆଙ୍କୁ ଗ୍ରାମବାସୀଙ୍କ ଚେକ୍ , ରାସ୍ତା ଖୋଳି ଦେଲେ

Cashew Factory: ଦୀପାବଳି ରାତିରେ ବଡ଼ ଅଘଟଣ , ସମ୍ପୂର୍ଣ୍ଣ ଜଳି ଧ୍ବଂସ ହୋଇଗଲା

Minor Girl In Pak: ଧର୍ମ ପରିବର୍ତ୍ତନ କଲେ, ୭ ଝିଅର ବାପାକୁ ବାହା ହେଲେ

Modi Celebrates Diwali : ଦେଶ ଖୁବ ଶୀଘ୍ର ହେବ ନକ୍ସଲ ମୁକ୍ତ , ସମୁଦ୍ର ଭିତରୁ ଶତ୍ରୁକୁ ଖୋଲା ଚେତାବନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)