Advertisment

Early Heatwave in Odisha: ପ୍ରବଳ ଖରା; ବଢୁଛି ଦିନ ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ରାଜ୍ୟରେ ବଢୁଛି ଦିନ ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ। ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍। ଆସନ୍ତା ୫ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ।

author-image
Chinmayee Sahoo
Weather

Weather Photograph: (OTV)

ଗ୍ରୀଷ୍ମ ନଆସୁଣୁ ତାଉ ଦେଖାଇଲାଣି ତାତି। ମାର୍ଚ୍ଚ ଆରମ୍ଭରୁ ଦିନ ତାପମାତ୍ରା  ବଢିବା ସହ କଲବଲ କଲାଣି ଗରମ ।  ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । 

Advertisment

ଏହାର ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ । ତେବେ ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।  ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

Odisha Weather Weather Heatwave Heatwave In Odisha
Advertisment
Related Articles
Advertisment