/odishatv-khabar/media/media_files/2026/03/06/t-20-world-cup-2026-03-06-09-30-34.jpg)
T-20 World Cup Photograph: (OTV)
T-20 ବିଶ୍ବକପ୍ ଫାଇନାଲରେ ଭାରତ । ରୋମାଞ୍ଚକର ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ପକ୍ଷରୁ ଜ୍ୟାକବ୍ ବେଥେଲ ଐତିହାସିକ ଶତକୀୟ ପାଳି ଖେଳିଥିଲେ ଶେଷ ଓଭରରେ ଚକମା ଦେଇ ଫାଇନାଲ ଟିକେଟ୍ ପକ୍କା କରିଛି ସୂର୍ଯ୍ୟସେନା ।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ସଞ୍ଜୁ ସାମସନଙ୍କ ୮୯ ରନ୍ ଫଳରେ ଇଂଲଣ୍ଡ ଆଗରେ ୨୫୪ ରନର ଟାର୍ଗେଟ୍ ରଖିଥିଲା ଟିମ୍ ସ୍କାଏ । ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଶେଷ ୩ ଓଭରରେ ଦଳକୁ ଜିତିବା ପାଇଁ ୪୫ ରନର ଆବଶ୍ୟକତା ଥିଲା । ତେବେ ୧୮ତମ ଓଭରରେ ବୁମରା ୬ ରନ ଦେଇ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୯ ରନ୍ ଦେବା ସହ ସାମ୍ କରନଙ୍କ ୱିକେଟ୍ ନେଇ ଦଳକୁ ବିଜୟ ଆଶା ଦେଇଥିଲେ । ଏହାପରେ ଆଉ ମ୍ୟାଚ୍କୁ ଫେରି ପାରିନଥିଲା ଇଂଲଣ୍ଡ ।
ଶେଷ ଓଭରରେ ଶିବମ ଦୁବେ ବୋଲିଂ କରିଥିଲେ । ପ୍ରଥମ ବଲରେ ହିଁ ଦୁଇ ରନ୍ ନେବା ପ୍ରୟାସ୍ କରି ରନ୍ ଆଉଟ ହୋଇଥିଲେ ଜ୍ୟାକବ୍ ବେଥେଲ୍ । ଏହାପରେ ଜୋଫ୍ରା ଆର୍ଚର ଲଗାତାର ୩ଟି ଛକା ମାରିଥିଲେ ସୁଦ୍ଧା ଏହା ଇଂଲଣ୍ଡର ପରାଜିତ ହୋଇଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣିଥରେ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ମୋଟ୍ ୪୯୯ ରନ୍ ସଂଗୃହିତ ହୋଇଛି । ଆସନ୍ତା ୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟ୍ରଫି ଟକ୍କର୍ ।
IAF Su-30 MKI Fighter Jet Goes Missing: ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ କ୍ରାସ୍, ଉଡ଼ାଣ ସ୍ଥାନରୁ ୬୦ କି.ମି. ଦୂରରେ ଅଘଟଣ

Iran Targets Oil Refinery: ଇରାନ ଟାର୍ଗେଟରେ ମଧ୍ୟପ୍ରାଚ୍ୟ ତୈଳକ୍ଷେତ୍ର, ଘନଘନ ବାଲିଷ୍ଟିକ୍ ମିସାଇଲ୍ ମାଡ଼

Iran's Missile & Drone Attack: ଜନବସତି ଅଞ୍ଚଳରେ ମିସାଇଲ୍ ମାଡ଼, ଡ୍ରୋନ୍ ଆଟାକ୍ କରି ବଡ଼ ବିସ୍ଫୋରଣ

Daily Horoscope 6th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)