Advertisment

Prashant Kishor in Trouble Before Polls: ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଅଡୁଆରେ, ୨ଟି ଭୋଟର ପରିଚୟପତ୍ର ମାମଲାରେ ନିର୍ବାଚନ କମିଶନଙ୍କ ନୋଟିସ

ନିର୍ବାଚନ କମିଶନ ପ୍ରଶାନ୍ତ କିଶୋରଙ୍କୁ ଏକ ନୋଟିସ ଜାରି କରିଛନ୍ତି। ଦୁଇଟି ଭୋଟର ପରିଚୟପତ୍ର ରଖିବା ଅଭିଯୋଗ ସହ ଏହା ଜଡିତ। ପ୍ରଶାନ୍ତ କିଶୋରଙ୍କୁ ତିନି ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି ।

author-image
Tapan Swain
EC Notice

EC Notice Photograph: (OTV)

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଅଡୁଆ ବଢ଼ିପାରେ। ନିର୍ବାଚନ କମିଶନ ଦୁଇଟି ଭୋଟର ପରିଚୟପତ୍ର ସମ୍ପର୍କରେ ତାଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ତିନି ଦିନ ମଧ୍ୟରେ ଜବାବ ମାଗିଛନ୍ତି।  

Advertisment

ଦୁଇଟି ରାଜ୍ୟ ବିହାର ଏବଂ ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ଜନସୁରାଜ ପାର୍ଟିର ପ୍ରଶାନ୍ତ କିଶୋରଙ୍କ ନାମ ପଞ୍ଜିକୃତ ହୋଇଥିବା ସମ୍ପର୍କରେ ରିପୋର୍ଟ ପ୍ରକଗାଶ ପାଇଛି । ବିହାରର କରଘର ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଏ ନେଇ ପ୍ରଶାନ୍ତଙ୍କୁ ଏକ ନୋଟିସ ଜାରି କରି ତିନି ଦିନ ମଧ୍ୟରେ ତାଙ୍କ ପକ୍ଷ ରଖିବାକୁ କହିଛନ୍ତି।

ନିର୍ବାଚନ କମିଶନ ନୋଟିସରେ କ'ଣ କହିଛନ୍ତି?

ନିର୍ବାଚନ କମିଶନ ତାଙ୍କ ନୋଟିସରେ କହିଛନ୍ତି, "୨୮ ଅକ୍ଟୋବର, ୨୦୨୫ରେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିହାର ରାଜ୍ୟର ଭୋଟର ତାଲିକା ଏବଂ ପଶ୍ଚିମବଙ୍ଗର ଭୋଟର ତାଲିକାରେ ଆପଣଙ୍କ ନାମ ତାଲିକାଭୁକ୍ତ। ପ୍ରକାଶିତ ଖବର ଅନୁଯାୟୀ, ଆପଣଙ୍କ ନାମ ପଶ୍ଚିମବଙ୍ଗର ଭବାନୀପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେଣ୍ଟ ହେଲେନ୍ ସ୍କୁଲ, ବି. ରାଣୀଶଙ୍କରୀ ଲେନ୍, ଭୋଟିଂ ଷ୍ଟେସନରେ ତାଲିକାଭୁକ୍ତ।

Advertisment

ଏହା ସହିତ, ଆପଣଙ୍କ ନାମ ୨୦୯- କାରଗାହାର ବିଧାନସଭା ନିର୍ବାଚନମଣ୍ଡଳୀର କ୍ରମିକ ନମ୍ବର ୬୨୧, ଭାଗ ନମ୍ବର ୩୬୭ (ମଧ୍ୟ ବିଦ୍ୟାଳୟ, କୋନାର, ଉପର ଡିଭିଜନ)ରେ ତାଲିକାଭୁକ୍ତ। କରଗାହାର ନିର୍ବାଚନମଣ୍ଡଳୀ ପାଇଁ ଆପଣଙ୍କର ଭୋଟର ପରିଚୟପତ୍ର ନମ୍ବର ହେଉଛି IUI୩୧୨୩୭୧୮। ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୧୭ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କୁ ଏକରୁ ଅଧିକ ନିର୍ବାଚନମଣ୍ଡଳୀରେ ପଞ୍ଜୀକୃତ କରାଯିବ ନାହିଁ। ଉଲ୍ଲଂଘନ କ୍ଷେତ୍ରରେ ଲୋକପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା, କିମ୍ବା ଉଭୟ। ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣ ତିନି ଦିନ ମଧ୍ୟରେ ଏକରୁ ଅଧିକ ନିର୍ବାଚନମଣ୍ଡଳୀରେ ଆପଣଙ୍କ ନାମ ତାଲିକାଭୁକ୍ତ ହେବା ସମ୍ପର୍କରେ ଆପଣଙ୍କ ମାମଲା ଉପସ୍ଥାପନ କରନ୍ତୁ।" 

ପ୍ରଶାନ୍ତ କିଶୋର ବିହାର ବିଧାନସଭା ନିର୍ବାଚନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା କ୍ଷେତ୍ରରେ ଜଣେ ଭୋଟର ମଧ୍ୟ । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନରେ ଜିତିଥିଲେ ।  ଏଇଠି ରହିଛି ପ୍ରଶାନ୍ତଙ୍କ ଭୋଟ ପରିଚୟପତ୍ର । ଏ ସଂପର୍କରେ ପ୍ରଶାନ୍ତ କିଛି ପ୍ରତିକ୍ରିୟା ଦେଇନଥିଲା ବେଳେ ତାଙ୍କର ଜଣେ ନିକଟତମ ସହଯୋଗୀ କହିଛନ୍ତି ଯେ, ପ୍ରଶାନ୍ତ ଗୋଟିଏ ପରିଚୟପତ୍ର ରଦ୍ଦ କରିବା ପାଇଁ ଆବେଦନ କରିଛନ୍ତି । କିନ୍ତୁ ତାହା ରଦ୍ଦ ହୋଇନାହିଁ । 


EC Prashant Kishor
Advertisment
Related Articles
Advertisment