Advertisment

Landfall Process: ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ , ପବନର ବେଗ ୯୦ରୁ ୧୦୦ କିମି

ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ । ଓଟିଭିକୁ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଛି ।

author-image
Manas Ranjan Mohanty
LAND-FALL

LAND-FALL Photograph: (OTV)

ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ । ଓଟିଭିକୁ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଛି ।

Advertisment

ବାତ୍ୟା ମୋନ୍ଥା ପାଇଁ ରେଡ୍ ଆଲର୍ଟରେ ଦକ୍ଷିଣ ଓଡ଼ିଶା । ବାତ୍ୟା ମୁକାବିଲା ପାଇଁ ସଜାଗ ଜିଲ୍ଲା ପ୍ରଶାସନ । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଗ୍ରାଉଣ୍ଡରେ ମୁତୟନ ରହିଛନ୍ତି ୧୪୦ଟି ଟିମ୍ । ସରକାର ଜିରୋ କାଜୁଆଲିଟି ମିଶନରେ କାମ କରୁଛନ୍ତି । ଏହାସହ ଉପକୂଳ ଓଡ଼ିଶାରେ ବି ବଦଳିଛି ପାଗ । ରାଜଧାନୀ ଭୁବନେଶ୍ବର ସହ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେଉଛି। ତେବେ ବାତ୍ୟା ମୋନ୍ଥାକୁ ନେଇ ଭୟଭୀତ ନହେବା ଓ ଗୁଜବକୁ ବିଶ୍ବାସ ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସରକାର ।  

Advertisment
Related Articles
Advertisment