Advertisment

Cyclone Montha: ସମୁଦ୍ର ଗାଧୁଆ ମନା କରିବାରୁ ଲାଇଫଗାର୍ଡଙ୍କୁ ଆକ୍ରମଣ, ଜଣେ ମହିଳା ପର୍ଯ୍ୟଟକ କରିଛନ୍ତି ଆକ୍ରମଣ

ଜଣେ ପର୍ଯ୍ୟଟକ ଓ ତାଙ୍କ ଧର୍ମପତ୍ନୀଙ୍କୁ ସମୁଦ୍ରରେ ସ୍ନାନ କରିବାକୁ ବାରଣ କରିବାରୁ  ଜଣେ ଲାଇଫଗାର୍ଡଙ୍କୁ ଉଭୟ ସ୍ୱାମୀ ସ୍ତ୍ରୀ ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

author-image
Tapan Swain
Lifeguard Attacked

Lifeguard Attacked Photograph: (OTV)

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ। ଏଭଳି କିଛି ଘଟଣା ଆଜି ଦେଖିବାକୁ ମିଳିଛି ୪ ନମ୍ବର ସେକ୍ଟରରେ। ଜଣେ ପର୍ଯ୍ୟଟକ ଓ ତାଙ୍କ ଧର୍ମପତ୍ନୀଙ୍କୁ ସମୁଦ୍ରରେ ସ୍ନାନ କରିବାକୁ ବାରଣ କରିବାରୁ  ଜଣେ ଲାଇଫଗାର୍ଡଙ୍କୁ ଉଭୟ ସ୍ୱାମୀ ସ୍ତ୍ରୀ ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ମାଡମରା ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହେଉଛି ।

Advertisment

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଓ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୂଲ୍ୟବାନ ଭାବି ଗତକାଲି, ଆଜି ଓ ଆସନ୍ତାକାଲି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି। ହେଲେ ପର୍ଯ୍ୟଟକଙ୍କ ଏଭଳି ଲାଇଫଗାର୍ଡଙ୍କ ପ୍ରତି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

ଅନ୍ୟପଟେ ପୁରୀ ସମୁଦ୍ର କୂଳର ସମସ୍ତ ୧୪ ସେକ୍ଟରକୁ ରେଡ୍ ଜୋନ ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ରରେ ସ୍ନାନ ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ପୋଲିସ କର୍ମଚାରୀମାନେ ଆଜି ସମୁଦ୍ର କୂଳରୁ ଲୋକମାନଙ୍କୁ ଘଉଡାଇଥିଲେ । ତା ସତ୍ତ୍ୱେ ବି କିଛି ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରୁଥିଲେ । ଲାଇଫ୍ ଗାର୍ଡମାନେ ସେମାନଙ୍କୁ ସମୁଦ୍ରରେ ନପଶିବା ପାଇଁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକ ଦମ୍ପତି ଜଣେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଛନ୍ତି । ପର୍ଯ୍ୟଟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । 

Advertisment

ବାତ୍ୟା ଆସୁଥିବାରୁ ସରକାର ଲୋକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ପରିସ୍ଥିତି ଉପରେ ସରକାର ନଜର ରଖିବା ସହ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । 

ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲାରେ ପଡ଼ିଲାଣି ବ୍ୟାପକ ପ୍ରଭାବ । ପ୍ରବଳ ବର୍ଷା ଯୋଗୁ ପାହାଡ ଧସିବା ସହ ରାସ୍ତା ଧୋଇଯାଇଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଲିଙ୍ଗା-ବାରଭା ରାସ୍ତାରେ ପାହାଡ ଧସିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିଭଳି ଆଡାସିଂ ଠାରେ ରାସ୍ତା ଧସି ଯାଇଛି। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ...

puri sea beach lifeguard lifeguard attacked
Advertisment
Related Articles
Advertisment