/odishatv-khabar/media/media_files/2025/10/28/imd-2025-10-28-13-38-39.jpg)
IMD Photograph: (OTV)
ଉଗ୍ର ହେଉଛି ମୋନ୍ଥା। ଭୀଷଣ ରୂପ ଧାରଣ କରି ସ୍ଥଳଭାଗକୁ ମାଡ଼ି ଆସୁଛି। ସ୍ଥଳଭାଗ ମୁହାଁ ହେବା ସହ ଧୀମା ପଡୁଛି ବାତ୍ୟାର ଗତି। ସମୁଦ୍ରରେ ଗତି କମୁଛି। ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଆଗକୁ ବଢୁଛି। ବଙ୍ଗୋପସାଗରରୁ ବଳ ଜୁଟାଉଛି ମୋନ୍ଥା। ଏବେ ମଛଲିପଟନମରୁ ୧୬୦ କିମି, କାକିନାଡ଼ାରୁ ୨୪୦ କିମି, ବିଶାଖାପାଟଣାରୁ ୩୨୦ କିମି ଓ ଗୋପାଳପୁର ଉପକୂଳରୁ ୫୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା।
ଆଜି ସନ୍ଧ୍ୟା କିମ୍ବା ରାତିରେ କାକିନାଡା ଦେଇ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା 'ମୋନ୍ଥା'। ଆଜି ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଆହୁରି ବଳଶାଳୀ ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରେ ସର୍ବାଧିକ ପବନ ୬୦ରୁ ୭୦ କିଲୋମିଟର ଘଣ୍ଟାପ୍ରତି ପବନ ବହିବ । ଏପଟେ ଭୟଙ୍କର ପ୍ରଭାବ ଦେଖାଇଲାଣି ସାଇକ୍ଲୋନ। ଅଶାନ୍ତ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଜୁଆର। ଘୁ ଘୁ ଗର୍ଜନ ଛାଡି ସାଇଁସାଇଁ ବହୁଛି ପବନ। ପ୍ରବଳ ବର୍ଷା ବି ହେଉଛି।
ଆଇଏମଡି ଡିଜିଙ୍କ ଆକଳନ
ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ବାତ୍ୟାର ଗତିପଥ ଓ ପ୍ରଭାବ ନେଇ ଆଇଏମଡି ଡିଜି ଡକ୍ଚର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇ ଯାଇଥିବ ବାତ୍ୟା। ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ।
ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ବେଗରେ ବହିପାରେ ପବନ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି। ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)