/odishatv-khabar/media/media_files/2025/09/23/shreemayee-2025-09-23-20-09-41.jpg)
Shreemayee Photograph: (OTV)
ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍ପେଣ୍ଡ୍ । ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ । ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ସେ ଚର୍ଚ୍ଚାରେ ଥିଲେ । ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇଥିଲେ ।
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଚର୍ଚ୍ଚାରେ ଥିଲେ । ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ନିଜ ଅସନ୍ତୋଷ ଝାଡିଥିଲେ ଏହି ନାରୀ ନେତ୍ରୀ। ଯଦିଓ ସେ ସିଧାସଳଖ କାହା ନାଁ ନେଇ ନଥିଲେ, ତେବେ ଅଯୋଗ୍ୟ ରାଜା କହି ସେ ଟାର୍ଗେଟ କରିଥିଲେ।
ଶ୍ରୀମୟୀ ଲେଖିଥିଲେ, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରିନଥିଲେ। ଧୃତରାଷ୍ଟ୍ରଙ୍କର ତାଙ୍କ ପ୍ରତ୍ରମାନଙ୍କ ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ। ତେବେ ଏଠାରେ ପ୍ରଶ୍ନ କିଏ ସେ ଅଯୋଗ୍ୟ ରାଜା ? କାହାର ନୀରବତା କଥା କହିଥିଲେ ଶ୍ରୀମୟୀ ? ରାଜ୍ୟ ରାଜନୀତିରେ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉପାଖ୍ୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ବିଜେଡି ବନାମ ଶ୍ରୀମୟୀ। ଶ୍ରୀମୟୀ ମିଶ୍ରଙ୍କ ଗୋଟିଏ ପରେ ଗୋଟିଏ ବାଣରେ ବିଜେଡିରେ କମ୍ପନ। ନବୀନ ପଟ୍ଟନାୟକଙ୍କ ପରେ ସିଧା ସିଧା ଭିକେ ପାଣ୍ଡିଆନଙ୍କୁ ନିଶାନା କରିଥିଲେ। ନବୀନଙ୍କୁ ଧୃତରାଷ୍ଟ୍ର ପରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷ ଟାର୍ଗେଟ।ଗଣମାଧ୍ୟମକୁ ଆସୁ ନଥିଲେ ମଧ୍ୟ ନିଜ ସୋସିଆଲ ମିଡିଆ ପେଜରେ ଶ୍ରୀମୟୀ ଛାଡୁଥିଲେ ଗୋଟିଏ ପରେ ଗୋଟିଏ ବାଣ।
ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ଦେଇ ସନ୍ୟାସରୁ ସନ୍ୟାସୀ କହି ପାଣ୍ଡିଆନଙ୍କୁ ପରୋକ୍ଷ ନିଶାନା କରିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଲେଖିଥିଲେ, ସଂସାରର ସମସ୍ତ ସୁଖ ସମ୍ଭୋଗଠୁଁ ଦୂରରେ ରହିବା ଏବଂ ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତିଙ୍କୁ ସମାଜ ସନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ ବା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ୟାସୀ ରୂପ ଦିଏ। ଯେଉଁମାନେ ସନ୍ୟାସୀ କହି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି ପର ମୁହୂର୍ତ୍ତରେ ଭଣ୍ଡ ସନ୍ୟାସୀର ଆଖ୍ୟାରେ ଶିରୋନାମା ମଣ୍ଡନ କରୁଛନ୍ତି।
ସନ୍ନ୍ୟାସୀମାନେ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି, ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ" । ଏବେ ମଧ୍ୟ କିଛି ସନ୍ନ୍ୟାସୀ ଜନମଙ୍ଗଳକାରୀ ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ତେବେ ଏଭଳି ପୋଷ୍ଟକୁ ନେଇ ଶ୍ରୀମୟୀ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ବିଜେଡି କହିଥିଲା ସେ କାହିଁକି ଅସନ୍ତୁଷ୍ଟ ସେ ନିଜେ ଜାଣିଥିବେ।
Released from Jail: ୨୩ ମାସ ପରେ ଜେଲରୁ ମୁକ୍ତ ହେଲେ, ବିରୋଧରେ ଏବେ ବି ଚାଲିଛି ୮୦ରୁ ଅଧିକ ମାମଲା

Grieving Mother Questions: ମାଆ ଆଖିରୁ ଶୁଖୁନି ଲୁହ, ବାରମ୍ୱାର ପଚାରୁଛନ୍ତି କେମିତି ସ୍କୁଲରେ ମଲା ମୋ ଝିଅ

Cancer Linked to Vastu Error: ଏହି ବାସ୍ତୁ ଦୋଷ ପାଇଁ ହୋଇଥାଏ କ୍ୟାନସର୍ ଭଳି ରୋଗ, ଆଗରୁ ପ୍ରତିକାର କରିନେବା ଭଲ

Pushkara: ପୁଷ୍କରାକୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)