/odishatv-khabar/media/media_files/2025/10/20/smriti-mandhana-marriage-2025-10-20-14-52-01.jpg)
Smriti-Mandhana-Marriage Photograph: (OTV)
ବାଜିବ ସାହାନାଈ, ବୋହୂ ସାଜିବେ ସ୍ମୃତି । ମଥାରେ ଓଢ଼ଣୀ ଟାଣି ସ୍ମୃତି ସାଜିବେ ନୂଆ ବୋହୂ । ହାତ ଗଣ୍ଠି ପଡ଼ିବା ପରେ ପଲାଶ-ସ୍ମୃତି ହେବେ ସାତ ଜନମର ସାଥୀ । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସଂଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଚଲ ଏବଂ ଭାରତୀୟ କ୍ରିକେଟ୍ ତାରକା ସ୍ମୃତି ମନ୍ଧାନା । ଉଭୟଙ୍କ ସମ୍ପର୍କ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିବା ସହ ବିବାହ କରିବାକୁ ଯାଉଥିବା କହିଛନ୍ତି ପଲାଶ ।
ICC ମହିଳା ଓ୍ବାନଡେ ବିଶ୍ୱକପ୍ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ, ଶୁକ୍ରବାର ଇନ୍ଦୋରର ଷ୍ଟେଟ୍ ପ୍ରେସ୍ କ୍ଲବରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ ପଲାଶ । ସେହି ସମୟରେ ପଲାଶ ଏହି ସୂଚନା ଦେଇଛନ୍ତି । ଯାହାକୁ ଶୁଣି ଫ୍ୟାନ୍ସ ମାନେ ବହୁତ ଖୁସ୍ ।
ସୃତି ଆଉ ପଲାଶଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି । ପଲାଶ ମୁଚ୍ଚଲ ନିଜ ଭଉଣୀ ପଲକ ମୁଚ୍ଚଲଙ୍କ ସହ ଗୀତ ରଚନା ପାଇଁ ବେଶ ପରିଚିତ। ‘ଡିସକିଆଁ’ ଏବଂ ‘ଭୂତନାଥ ରିଟର୍ଣ୍ଣସ୍’ ଭଳି ଅନେକ ବଲିଉଡ୍ ପ୍ରୋଜେକ୍ଟରେ ସେ କାମ କରିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ‘‘ରାଜୁ ବାଜେୱାଲା’’ର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମରେ ଅବିକା ଗୋର ଏବଂ ଚନ୍ଦନ ରୟ ମୁଖ୍ୟ ଭୂମିକାରେ ଅଛନ୍ତି । ଆଉ ସ୍ମୃତି ଏବେ ଆଇସିସି ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଖେଳୁଛନ୍ତି । ଗତ ୧୯ରେ ଇଂଲଣ୍ଡକୁ ଭେଟିଛି ଭାରତ । ଏହି ବିଶ୍ୱକପରେ ସ୍ମୃତି ଜବରଦସ୍ତ ଫର୍ମରେ ଅଛନ୍ତି । ଆଉ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପଲାଶ ।
ବଲିଉଡ ଓ କ୍ରିକେଟ ମଧ୍ୟରେ ଏ ସମ୍ପର୍କ ଆଉ ନୂଆ ହୋଇନାହିଁ । ଏବେ ଏହି ଫର୍ଦ୍ଦରେ ସ୍ମୃତି-ପଲାଶଙ୍କ ନାଁ ଯୋଡି ହେବାକୁ ଯାଉଛି । ଆଉ ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଇନ୍ଦୋରର ବୋହୂ ହେବାକୁ ଯାଉଛନ୍ତି । ଦୀର୍ଘ ଦିନ ହେବ ଏହି ଦୁଇଜଣଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଖବର ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଉଭୟଙ୍କ ଏକତ୍ର ଫଟୋ ଅନେକ ସମୟରେ ଦେଖିବାକୁ ମିଳିଛି । ଏବେ ଏବେ ପଲାଶ କହିଛନ୍ତି ସ୍ମୃତି ଖୁବ ଶୀଘ୍ର ଇନ୍ଦୋରକୁ ବୋହୂ ହୋଇ ଆସିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)