Advertisment

ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ଖୁଲାସା

ଇସ୍ରୋର ପ୍ରତିଟି ମିଶନରେ ଓଡ଼ିଶା କିଭଳି ବର୍ଷ ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଆସିଛି, ତାହା ବି ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟଙ୍କ ଭୁବନେଶ୍ବର ସ୍ଥିତ ସିଟିଟିସି ପରିଦର୍ଶନ ଅବସରରେ ।

author-image
Santosh Kumar Sahoo

ଓଡ଼ିଶା ଗସ୍ତରେ ଆସି ବଡ଼ ଖୁଲାସା କଲେ ଇସ୍ରୋ ଅଧ୍ୟକ୍ଷ। ଦୁଇ ଦୁଇଟି ମୁନ୍ ମିଶନ, ଗଗନଯାନ, ଭାରତର ନିଜସ୍ବ ସ୍ପେଶ୍ ଷ୍ଟେସନ୍ ଆଦି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡକ୍ଟର ଭି. ନାରାୟଣନ୍। କହିଛନ୍ତି, ଚନ୍ଦ୍ରଯାନ-୪ରେ ଭାରତକୁ ଚନ୍ଦ୍ରର ମାଟି ଆସିବାକୁ ଥିବା ବେଳେ, ଚନ୍ଦ୍ରଯାନ-୫ ଜହ୍ନ ରାଇଜରେ ୧୦୦ ଦିନ ବିଚରଣ କରିବ। ଗଗନଯାନ ପ୍ରସ୍ତୁତି ବି ଫାଷ୍ଟଟ୍ରାକରେ ଆଗେଇ ଚାଲିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେପଟେ ଇସ୍ରୋର ପ୍ରତିଟି ମିଶନରେ ଓଡ଼ିଶା କିଭଳି ବର୍ଷ ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଆସିଛି, ତାହା ବି ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟଙ୍କ ଭୁବନେଶ୍ବର ସ୍ଥିତ ସିଟିଟିସି ପରିଦର୍ଶନ ଅବସରରେ ।

Advertisment
Odisha ISRO ISRO Chief
Advertisment
Advertisment