Advertisment

କୋରାପୁଟ କଂଗ୍ରେସରେ କନ୍ଦଳ !

କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି । ସିଟିଂ ସାଂସଦ ଓ ବିଧାୟକଙ୍କୁ ବିରୋଧ କରି ଦଳର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେଣି ।

author-image
Santosh Kumar Sahoo

କୋରାପୁଟ କଂଗ୍ରେସରେ କନ୍ଦଳ ! ଫାଳ ଫାଳ ହେଇଯାଇଛି କି କଂଗ୍ରେସ ସଂଗଠନ ? ଦଳ ଯାହାକୁ ଟିକେଟ ଦେଲା ତାଙ୍କୁ ବିରୋଧ କରି ଏକାଧିକ ପ୍ରାର୍ଥୀଙ୍କ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ। କାହିଁକି ଶୀର୍ଷ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିପାରୁନାହାଁନ୍ତି ନେତା ? ସମନ୍ୱୟର ଅଭାବ ନା ରହୁଛି ପାତରଅନ୍ତର ନୀତି ? କୋରାପୁଟ ଲୋକସଭା ସମେତ ଗୁଣପୁର, ବିଷମ କଟକ ଓ ଜୟପୁରର ଦଳୀୟ ଅସନ୍ତୁଷ୍ଟମାନେ ନାମାଙ୍କନ ଦାଖଲ କରିଛନ୍ତି। କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା କୋରାପୁଟରୁ ନିର୍ବାଚିତ ହୋଇଛନ୍ତି । ଆଉ ଏଥର ବି ସୁପ୍ରିମୋ ସପ୍ତଗିରିଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍ ଦେଇଛନ୍ତି। କିନ୍ତୁ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି କଂଗ୍ରେସର ଅସନ୍ତୁଷ୍ଟ ଯୁବନେତା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗଙ୍କ ପୁଅ ଅବିନାଶ ଗମାଙ୍ଗ ନାମାଙ୍କନ ପତ୍ର ଭରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ । ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କଂଗ୍ରେସ ନେତ୍ରୀ କେତକୀ ଗମାଙ୍ଗ ଉପସ୍ଥିତ ଥିଲେ ।

Advertisment
Congress General Elections 2024
Advertisment
Advertisment