Advertisment

ରାଜଧାନୀ ଛୁଇଁଲା ବିଜେଡି ବିଦ୍ରୋହ

ଏକାମ୍ରରୁ ମଧ୍ୟ, ଭୁବନେଶ୍ବରର ୩ ଆସନରେ ବିଦ୍ରୋହୀଙ୍କ ଶାଣିତ ସ୍ବର । ବିଜେଡି ଝାଳନାଳ, କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ ।ଏଥର ରାଜଧାନୀରେ ବଡ଼ ଲଢ଼େଇ ହେବା ନେଇ ବଢ଼ିଲା ଚର୍ଚ୍ଚା...

author-image
Santosh Kumar Sahoo

ରାଜଧାନୀ ଛୁଇଁଲା ବିଜେଡି ବିଦ୍ରୋହ। ଟିକଟ୍ ଆଶା ମଉଳିଥିବାରୁ ଦଳ ଛାଡିଲେ ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଯାହାକୁ ନେଇ ହଲଚଲ୍ ରାଜଧାନୀ ରାଜନୀତି । ପ୍ରିୟଦର୍ଶୀ ସାଜିବେନି ତ ଅନ୍ୟ ବିଜେଡି ବିଦ୍ରୋହୀଙ୍କ ପାଇଁ ବଳ ? କାରଣ ଜଣେ ଟାଣୁଆ ସଂଗଠକ ହିସାବରେ ପ୍ରିୟଙ୍କ ଦବ ଦବା ରହିଛି । ୨୦୧୯ରେ ଟିକେଟ କାଟିବା ସମୟରେ ଦଳ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲା ଯେ ୨୪ରେ ଟିକେଟ ନିଶ୍ଚିତ। ମାତ୍ର ୫ ବର୍ଷ ଅପେକ୍ଷା ପରେ ବି ଟିକେଟ ଆଶା ମଉଳିବାରୁ, ଦୁଇ ଦଶନ୍ଧିର ସମ୍ପର୍କକୁ କାଟି ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ।

Advertisment
Bhubaneswar BJD General Elections 2024
Advertisment
Advertisment