Congress 10 Guarantee
ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍। ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ମାଗଣା। ୫ ଲକ୍ଷ ଯୁବକ, ଯୁବତୀଙ୍କୁ ଚାକିରି । ବେକାରୀଙ୍କୁ ଦିଆଯିବ ମାସିକ ୩ ହଜାର ଟଙ୍କାର ଭତ୍ତା। ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ଼। ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର। ସରକାରୀ ଓ ପ୍ରାଇଭେଟ୍ ହସପିଟାଲରେ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା। ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା ପ୍ରଦାନ। ଶିକ୍ଷାନୁଷ୍ଠାନ ଓ ଚାକିରିରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା। ୬ ମାସରେ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)