ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ। ଏହାସହ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରାଯିବ। ସେହିପରି ଜଗା ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ବର୍ଷ ତମାମ ଭକ୍ତ ଶୃଙ୍ଖଳିତ ଦର୍ଶନରୁ ଦୂରେଇ ରହୁଥିବାରୁ ଇସ୍ତାହାରରେ ଏହାକୁ ଗୁରୁତ୍ୱ ଦେଇଛି ରାଜ୍ୟ ବିଜେପି । ଖାଲି ସେତିକି ନୁହେଁ ପୁରୀ ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠଗୁଡିକର କାର୍ଯ୍ୟକ୍ଷମ ସହ ପୁନରୁଦ୍ଧାର ପାଇଁ ଦଳ ସରକାରକୁ ଆସିଲେ ପଦକ୍ଷେପ ନେବ ବୋଲି ମଧ୍ୟ ଇସ୍ତାହାରରେ ଉଲ୍ଲେଖ କରିଛି। ରାଜ୍ୟ ସରକାରର କୁପରିଚାଳନାରୁ ମୁକ୍ତି ଦେବା ପାଇଁ ଭୋଟରଙ୍କୁ ଇସ୍ତାହାର ମାଧ୍ୟମରେ ବାର୍ତ୍ତା ଦେଇଛି ବିଜେପି। ଗତକାଲି ଉନ୍ମୋଚିତ ହୋଇଥିବା ଇସ୍ତାହାରକୁ ଆଜି ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ସଭାରେ ପ୍ରଶଂସା କରି ଗ୍ୟାରେଣ୍ଟି ଦେଇଛନ୍ତି।
Published By: Santosh Kumar Sahoo
Last updated: 06 May 2024, 10:30 PM IST
କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି।