/odishatv-khabar/media/media_files/2026/02/13/student-alleges-harassment-2026-02-13-19-19-35.jpg)
ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଯାତନା Photograph: (OTV)
ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଯାତନା ଅଭିଯୋଗ। ଜଗତସିଂହପୁର ରଘୁନାଥପୁର କୋରକରାଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ନିର୍ଯାତନା ଅପମାନ ସହିନପାରି ସ୍କୁଲରୁ ଘରକୁ ଆସିବା ପରେ ଛାତ୍ର ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ପିଲାଟିରୁ ମାଆ କହିଛନ୍ତି।
ଏନେଇ ଛାତ୍ର ଜଣଙ୍କ ମାଆ ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଆଦର୍ଶ ବିଦ୍ୟାଳୟକୁ ଯାଇ ତଦନ୍ତ ଆରମ୍ଭ କରିଛି। ସଂପୃକ୍ତ ଛାତ୍ରଙ୍କ ମାଆଙ୍କ ଅଭିଯୋଗକ୍ରମେ, ତାଙ୍କ ପୁଅକୁ ସ୍କୁଲ ଉପାଧ୍ୟକ୍ଷାଙ୍କ ସମେତ ସଙ୍ଗୀତ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ଛାତ୍ରଙ୍କ ସାର୍ଟ କଲରକୁ ଧରି ତଳେ ଆଣ୍ଠେଇବା ପାଇଁ ତାଗିଦ କରିବା ସହ ସମ୍ପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଗୋଡ଼ ଧରି ଭୁଲ ମାଗିବାକୁ ବାଧ୍ୟ କରାଯାଇଥିଲା।
ଏପଟେ ନିର୍ଯାତନା ଅଭିଯୋଗକୁ ସ୍କୁଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
- ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଯାତନା ଅଭିଯୋଗ
- କୋରକରାଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଘଟଣା
- ରଘୁନାଥପୁର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ
- ଛାତ୍ରଙ୍କ ମାଆ ରଘୁନାଥପୁର ଥାନାରେ କରିଛନ୍ତି ଅଭିଯୋଗ
- ନିର୍ଯାତନା ଅଭିଯୋଗକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଖଣ୍ଡନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)