ବେଦାନ୍ତ କ୍ଷତିଗ୍ରସ୍ତଙ୍କୁ ସରକାର ଫେରାଇବେ ସେମାନଙ୍କ ଜମି । ଏନେଇ ଆଜି ବଡ଼ ଘୋଷାଣ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାର କରିଥିବା ତ୍ରୁଟିକୁ ସୁଧାରି ଜମିହରାଙ୍କୁ ନ୍ୟାୟ ଦେବାକୁ ସରକାର ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଜମି ଫେରାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ତେବେ କ୍ଷତି ପୂରଣ ପାଇଥିବା ଅଧିବାସୀଙ୍କୁ ପୂର୍ବରୁ ପାଇଥିବା ଟଙ୍କା ଫେରାଇବାକୁ ପଡ଼ିବ । ଏତେ ବର୍ଷ ପରେ ଏହି ଟଙ୍କା କିପରି ଫେରାଇବେ ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କ୍ଷତିଗ୍ରସ୍ତ।
Published By: Satyendu Shekher Mishra
Last updated: 13 November 2024, 10:35 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।