ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି । ଖୁବ୍ଶୀଘ୍ର ଏହାକୁ ଲାଗୁ କରିବେ ନୂଆ ସରକାର । ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ଏଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଆଇନ ଲାଗୁ ପୂର୍ବରୁ ଆସନ୍ତା ୨୬ ତାରିଖ ଭିତରେ ପଲ୍ଲୀସଭା କରାଯାଇ ଲୋକଙ୍କ ମତାମତ ନିଆଯିବ । କିନ୍ତୁ ଦେଶର ୧୦ ଆଦିବାସୀ ଅଧ୍ୟୁଷିତ ରାଜ୍ୟରୁ ୮ ରାଜ୍ୟ ଏ ଆଇନ୍ ଲାଗୁ କରି ସାରିଥିବା ବେଳେ, ୨୭ ବର୍ଷ ଧରି କାହିଁକି ଆଦିବାସୀଙ୍କ ଅଧିକାରକୁ ଅଣଦେଖା କରିଆସିଥିଲେ ପୂର୍ବ ସରକାର ତାକୁ ନେଇ ଉଠିଛି ପ୍ରଶ୍ନ ।
Published By: Satyendu Shekher Mishra
Last updated: 15 November 2024, 10:32 PM IST
ବିରୋଧକୁ ଭୃକ୍ଷେପ ନାହିଁ, କି ସମାଲୋଚନାକୁ ଡର ନାହିଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାର ଅପଚେଷ୍ଟାରୁ ହଟୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିକି ମହାନ ଜଗନ୍ନାଥ ସଂସ୍କୃତିକୁ ଉପହାସ, ଓଡ଼ିଆଙ୍କୁ ତାଚ୍ଛଲ୍ୟ କରିବା ଭଳି ବୟାନ ରଖି ପୁଣି ବିବାଦକୁ ଆସିଛନ୍ତି ମମତା । ଏପଟେ ବିବାଦ ବଢୁଥିବା ବେଳେ ମାମଲାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁଦର୍ଶନ ପଟ୍ଟାନାୟକ ।