କିଟ୍ରେ ଘାଣ୍ଟୁଛି NHRC ଟିମ୍
ସାରାଦେଶକୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଲଜ୍ଜିତ କରିଥିବା କିଟ୍ କେଳେଙ୍କାରୀକୁ ନେଇ ଉଦବେଗ ଥମିବାର ନାଁ ନେଉନି । ଘଟଣାକୁ ଅତି ଗୁରୁତ୍ବର ସହ ନେଇଥିବା ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ଆଜି କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଘଟଣାକୁ ନେଇ ଯିଏ ବି ଚାହିଁବେ ଟିମ୍କୁ ଭେଟି ତଥ୍ୟ ରଖି ପାରିବେ । କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ । ଜାତୀୟ ମାନାବାଧିକାର କମିଶନଙ୍କ ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ବରେ ଏକ ଟିମ୍ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ତନାଘନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)