​​​ପାପ ପୂଣ୍ୟର ରାଜନୀତି ଭିତରେ ବାଜି ମାରିନେଲା କି ବିଜେପି ? ବ୍ୟାକ୍ ଫୁଟ୍‌ରେ ରହିଲା କି ବିଜେଡି ? ବିଜୁ ଜୟନ୍ତୀକୁ ନେଇ ରାଜନୈତିକ ଗୋଟି ଚାଳନା ବିଜେଡି ପାଇଁ ବୁମେରାଂ ହେଲା କି ? ଗତକାଲି ସଫଳତାର ସହ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବକୁ ପାଳନ କରିଛନ୍ତି ମୋହନ ସରକାର । ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ମାତ୍ର ନିମନ୍ତ୍ରଣ ସତ୍ତ୍ବେ ଉତ୍ସବକୁ ଯାଇନଥିଲେ ନବୀନ ।