/odishatv-khabar/media/media_files/2026/01/13/nabarangpur-father-death-2026-01-13-16-45-35.jpg)
Nabarangpur Father Death Photograph: (OTV)
ଇଏ ନାରୀର ଆଉ ଏକ ରୂପ । ଯେଉଁ ରୂପର ବର୍ଣ୍ଣନା ହିଁ ନାହିଁ । ନା ଏ ଶକ୍ତିକୁ ଆପଣ ନାରାୟଣୀ କହିପାରିବେ, ନା ଇଏ ମା’ ଦୁର୍ଗା, ନା ଇଏ ମା’ ମହାଲକ୍ଷ୍ମୀଙ୍କ ରୂପ । ଇଏ କେବଳ ଜଣେ ନାରୀର ସହିବାର ଶକ୍ତି ।
ଆଖିରେ ଲୁହନାହିଁ । ମଶାଣୀ କୋଳରେ ବାପାଙ୍କୁ ଶୋଇବା ଦେଖି ଝିଅ ଟିକିଏବି ବିଚଳିତ ହେଉନି । ବରଂ ବାପାଙ୍କ ଶେଷକୃତ୍ୟ ପାଇଁ ପଡ଼ୋଶୀ ଓ ସମ୍ପର୍କୀୟଙ୍କ ସହ ସମସ୍ତ ବ୍ୟବସ୍ଥା କରୁଛି । ବାପାଙ୍କ ପାଇଁ ସବୁ କର୍ମ ଶେଷ ହେବା ପରେ ମୁହଁରେ ନିଆଁ ଦେଇଦେଇ ଚୁପ୍ ହୋଇ ଛିଡ଼ା ହୋଇ ରହୁଛି ଏ ସାହାସୀ ଝିଅ ।
ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀ ଘାଟ ସ୍ଥିତ ଶ୍ମଶାନର । ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ତାଙ୍କ ଝିଅମାନେ ଶ୍ମଶାନକୁ ଯାଇଥିଲେ । ଆଉ ସାନ ଝିଅ ସ୍ଵାଗତିକା ଗଙ୍ଗାଧରଙ୍କ ମୁହଁରେ ନିଆଁ ଦେଇଥିଲେ । ଗଙ୍ଗାଧର ନବରଙ୍ଗପୁର ଜିଲ୍ଲା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଥିଲେ ।
ସେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଓ ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଥିଲେ । ତାଙ୍କର ୩ଟି କନ୍ୟା ସନ୍ତାନ ରହିଥିବାବେଳେ ପୁଅ ନାହାନ୍ତି । ଜୀବିତ ସମୟରେ ଗଙ୍ଗାଧର କହିଥିଲେ ତାଙ୍କ ଝିଅ ତାଙ୍କୁ ମୁଖାଗ୍ନି ଦେବ । ତେଣୁ ବାପାଙ୍କ ଶେଷ ଇଚ୍ଛା ପୂରଣ କରି ସମାଜକୁ ସୁନ୍ଦର ବାର୍ତ୍ତାଟିଏ ଦେଇଛନ୍ତି ସ୍ବାଗତିକା ।
ଗଙ୍ଗାଧର ସାମନ୍ତରାୟଙ୍କ ପରଲୋକ ଶୁଣି ବିଜେପିର ବୁହୁ ନେତା ଓ ମନ୍ତ୍ରୀ ପହଞ୍ଚିଥିଲେ । ଝିଅ ଏହି କର୍ମକୁ ଦେଖି ସମସ୍ତେ ସାବାସୀ ଦେଇଥିଲେ । ହେଲେ ଝିଅମାନେ ବାପାଙ୍କୁ ମୁଖାଗ୍ନି ଦେବା ଆଉ କିଛି ନୂଆ ହୋଇନାହିଁ । ଏଇ ନିକଟରେ କଟକ ମାହାଙ୍ଗା ଅଞ୍ଚଳରେ ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ଜେନାଙ୍କ ପାଇଁ ତାଙ୍କ ଝିଅ ମୁଖାଗ୍ନି ଦେବା ସହ ଦଶାହ କର୍ମ କରି ମୁଣ୍ଡନ ହୋଇଥିଲେ ।
Mother Allegation: କାନ୍ଦୁଛି ମା’… ପୁଅ ଜନ୍ମ କରି ଖାଇଛି ଧେକା, କିଏ ଦେବ ନ୍ୟାୟ

Operation Sindoor Still On: ପାକ୍ ଆତଙ୍କୀଙ୍କୁ ଚେତାବନୀ, ଏବେବି ଜାରି ରହିଛି ଅପରେସନ୍ ସିନ୍ଦୂର

Bizarre Incident: ସାପ କାମୁଡିଲା ପରେ ତାକୁ ପକେଟରେ ପୂରାଇ ମେଡିକାଲ ଗଲେ ଇ-ରିକ୍ସା ଚାଳକ, ଛାନିଆ ହୋଇଗଲେ ଡାକ୍ତର

Hindu Population is Declining: ପ୍ରତି ଦଶନ୍ଧିରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)