/odishatv-khabar/media/media_files/2026/01/13/chandbali-sad-mother-2026-01-13-16-37-19.jpg)
Chandbali Sad Mother Photograph: (OTV)
ପୁତ୍ ନାମକ ନର୍କରୁ ଉଦ୍ଧାର ପାଇଁ ମା’ ପୁଅ ଜନ୍ମ କରିଥିଲା । ଆଉ ସେ ପୁଅର ଦୁରଦୁର ମାରମାର, ଆଜି ତାକୁ ଦହଗଞ୍ଜ କରୁଛି । ଶୁଖିଲା ଆଖିରୁ ଲୁହ ଗଡ଼ାଉଛି, ପୁଅ କଥା କହି ଅଭିମାନ କରୁଛି । ବୟସ ୮୫ ଛୁଇଁଲାଣି ।
ଜୀବନରେ ଅପରାହ୍ଣ ଯାଇ ସଂଧ୍ୟା ବୁଡ଼ିବାକୁ ବସିଲାଣି । ତଥାପି ଦୁଃଖିନୀ ମା’ର ଲୁହ ଝରିବା ବନ୍ଦ ହେଉନି । ଯେଉଁ ପୁଅକୁ ନିଜ ରକ୍ତ-ମାଂସରେ ଗଢ଼ି ଜନ୍ମଦେଇଥିଲା । ପେଟରୁ ଖାଇବା କାଟି ବକଟେରୁ ବଡୁଟିଏ କରିଥିଲା । ସେ ଏବେ ଚାକିରି କରି ବହାସାହା ହେବା ପରେ ମା’କୁ ପଚାରୁନି, କି ବାପାର ମୁହଁକୁ ଚାହୁଁନି । ନିଜ ସଂସାରକୁ ନେଇ ପାରାଦୀପ ରହୁଛି । ତେଣୁ ଏ ମା’ଟା ଆଖିରୁ ଲୁହ ଝରାଇବା ଛଡ଼ା ଆଉ କିଛି ଉପାୟ ପାଉନି ।
ଅସୁସ୍ଥ ହୋଇ ଘରେ ଶୋଇ ରହିଛନ୍ତି ୯୦ ବର୍ଷର ବୃଦ୍ଧ ବାପା । ଦୁର୍ଘଟଣା ଯୋଗୁ ଚାଲିବାକୁ ଗୋଡ଼ରେ ଆଉ ସେ ଶକ୍ତି ନାହିଁ । ଏପରି ସମୟରେ ବାପା-ମା’ଙ୍କ ଦାୟିତ୍ବ ବୁଝିବ କ’ଣ ଓଲଟି ଚାକିରିଆ ପୁଅ ସମ୍ପତ୍ତି ଭାଗ କରିବାକୁ ଦାବି କରୁଛି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୃଗନୟନୀ ଗାଁରୁ । ଏ ବୃଦ୍ଧ ବାପା ଗୟାଧର ବେହେରାଙ୍କ ଦୁଇ ପୁଅ ।
ବଡ଼ ପୁଅ ମନମୋହନ ବେହେରା ଏବଂ ସାନ ପୁଅ ପିତାମ୍ବର ବେହେରା । ଚାକିରିଆ ବଡ଼ ପୁଅ ମନମୋହନ ବୃଦ୍ଧ ବାପା-ମା’ କେମିତି ଅଛନ୍ତି ଥରେ ପଚାରୁନାହାନ୍ତି । ୪୦ ବର୍ଷ ହେଲା ଗାଁକୁ ବି ଆସୁନାହାନ୍ତି । ତେଣୁ ସାନପୁଅ ପିତାମ୍ବରଙ୍କ ନିକଟରେ ଉଭୟ ବାପା-ମା’ ରହିଛନ୍ତି । ପିତାମ୍ବର ଜଣେ ଦିନ ମଜୁରିଆ ହୋଇଥିବାରୁ ପରିବାର ଚଲାଇବା ମଧ୍ୟ କଷ୍ଟକର ହୋଉଛି । ଘର ଖଣ୍ଡେ କରିବାକୁ ବି ଅସମର୍ଥ । ତେଣୁ ଏହି ଝାଟିମାଟି ଘର ସମସ୍ତଙ୍କ ମୁଣ୍ଡ ଉପରେ ରହିଛି ।
ସମ୍ପତ୍ତି ପାଇଁ ବଡ଼ ପୁଅ ଭାଗ ମାଗୁଛି । ହେଲେ ବାପା-ମା’ଙ୍କ କଥା ବୁଝୁନି । ବାପା ବିଛଣାରେ ଶୋଇରହିଛନ୍ତି । ମା’ ଆଖିରୁ ଲୁହ ଝରୁଛି । ପରିଣତ ବୟସରେ ଏବେ ବି ଦୁଃଖରେ ଏମାନଙ୍କ ଦିନ କଟୁଛି । ଏବେ ସରକାର ଓ ପ୍ରଶାସନର ସହାୟତାକୁ ଏ ବୁଢ଼ା ବାପା-ମା’ ଦୁଇଜଣ ଚାହିଁ ରହିଛନ୍ତି । ତେବେ ବାପା ମାଙ୍କୁ କାହିଁକି ବଡ଼ପୁଅ ମନମୋହନ ଅଣଦେଖା କରୁଛନ୍ତି ସେନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
Operation Sindoor Still On: ପାକ୍ ଆତଙ୍କୀଙ୍କୁ ଚେତାବନୀ, ଏବେବି ଜାରି ରହିଛି ଅପରେସନ୍ ସିନ୍ଦୂର

Bizarre Incident: ସାପ କାମୁଡିଲା ପରେ ତାକୁ ପକେଟରେ ପୂରାଇ ମେଡିକାଲ ଗଲେ ଇ-ରିକ୍ସା ଚାଳକ, ଛାନିଆ ହୋଇଗଲେ ଡାକ୍ତର

Hindu Population is Declining: ପ୍ରତି ଦଶନ୍ଧିରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି

SIR Preparations: ରାଜ୍ୟରେ ବଢ଼ିଛି ପୋଲିଂ ବୁଥ୍, ଯୋଡ଼ି ହୋଇଛି ଆଉ ୭ ହଜାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)