ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ । ମଂଚରେ ଅଙ୍ଗ ପ୍ରଦର୍ଶନ ସୀମା ଟପୁଥିବା ବେଳେ ଏଥିପାଇଁ ଯାତ୍ରା କମିଟିକୁ ଦୋଷ ଦେଇଥିଲେ ମାଲିକ । ଆଜି ଯାତ୍ରା ମାଲିକଙ୍କ ଉପରେ ପାଲଟା ଦୋଷ ଲଦିଛି କମିଟି । ଆଇନ୍ ମନ୍ତ୍ରୀଙ୍କୁ ଭେଟି ଯାତ୍ରା ପରିବେଷଣ ନେଇ ଏସଓପି ଆଣିବାକୁ ଦାବି କରିଛି ଯାତ୍ରା କମିଟି ମହାସଂଘ । ଆଇନମନ୍ତ୍ରୀ ବି କହିଛନ୍ତି, ଯାତ୍ରାରେ ଅଶ୍ଳୀଳତାକୁ ଆଦୌ ପ୍ରଶ୍ରୟ ଦିଆଯିବନି । ଯାତ୍ରା ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ! ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛି କିଏ ? ଯାତ୍ରା ମାଲିକ ନା ଯାତ୍ରା କମିଟି? ଯାତ୍ରା ମାଲିକ ହୁଅନ୍ତୁ କି ଯାତ୍ରା କମିଟି, ବ୍ୟାବସାୟିକ ଲାଭ ପାଇଁ ମଂଚରେ ସୀମା ଟପିଲାଣି ଅଶ୍ଳୀଳତା । ଭଲ କାହାଣୀ ପଛ, ଏବେ ମେଲୋଡି ଓ ରେକର୍ଡ ଡାନ୍ସ ଯାତ୍ରାର ସବୁକିଛି । ରେକର୍ଡ ଡାନ୍ସ ତ ନୁହେଁ, ନେକେଡ୍ ଡାନ୍ସ ।
Published By: Satyendu Shekher Mishra
Last updated: 05 November 2024, 10:10 PM IST
ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ଗର୍ଭକୁ ଖାଲି କରିଦେବେ କି ବାଲି ମାଫିଆ? ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରୁ ବର୍ଷ ବର୍ଷ ଧରି ବେଧଡ଼କ ବାଲି ଲୁଟ୍ ଚାଲିଥିବା ବେଳେ ଏପଟେ ପ୍ରଶାସନ ନିରବତାକୁ ନେଇ ଏଭଳି ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ । ୟା ଭିତରେ ଜଳେଶ୍ୱର ତହସିଲଦାର ଦୁଇଦିନ ଭିତରେ ୩୩ଟି ବାଲି ଗାଡ଼ି ସିଜ୍ କରିବା ପରେ ବାଲି ମାଫିଆଙ୍କ ଭିତରେ ପଶିଛି ଛନକା।