/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730277936.jpg)
Jatra Party
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଆସିବ ଆଇନ୍ । ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ । ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
Advertisment
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ସେହିପରି ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି । ବାରରେ କେବଳ ଅର୍କେଷ୍ଟ୍ରା ହେବ, ସଙ୍ଗୀତ ପରିବେଷଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ ବିଗତ କିଛି ଦିନ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ବହୁ ସମୟରେ ବାଦ ବିବାଦ ମଧ୍ୟ ହୋଇଥିଲା । କିନ୍ତୁ ଏହାପରେ ମଧ୍ୟ ଯାତ୍ରାରେ ବନ୍ଦ ହେଉନଥିଲା ଅଶ୍ଳୀଳ ନୃତ୍ୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)