/odishatv-khabar/media/media_files/2026/01/20/bhadrak-auto-driver-fined-for-helmet-2026-01-20-14-11-48.jpg)
Bhadrak Photograph: (Bhadrak)
ହେଲମେଟ୍ ନପିନ୍ଧିବାରୁ ଅଟୋ ଚାଳକଙ୍କୁ ମୋଟା ଫାଇନ୍ । ୧୦୦୦ ଟଙ୍କା କଟିଲା ଚାଲାଣ । ମୋଟର ସାଇକେଲରେ ହେଲମେଟ୍ ନପିନ୍ଧିଲେ ଫାଇନ୍ କଟେ, ହେଲେ ଜାଣିଛନ୍ତି କି ଅଟୋ ଚଲାଇବା ବେଳେ ବି ହେଲମେଟ୍ ନ ପିନ୍ଧିଲେ ଫାଇନ୍ କଟିବ ବୋଲି ? ହଁ ଆଜ୍ଞା ! ଜଣେ ଅଟୋ ଚାଳକ ହେଟମେଟ୍ ନ ପିନ୍ଧି ଡାଲା ଅଟୋ ଚଲାଉଥିବାରୁ ତାଙ୍କର ହଜାରେ ଟଙ୍କାର ଚାଲାଣ କାଟିଛି ଟ୍ରାଫିକ ପୋଲିସ୍ । ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ।
ଏ କି ପ୍ରକାର ନୂଆ ଆଇନ୍ ?
ଆଗରପଡ଼ା ଅଞ୍ଚଳର ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନାଁରେ ଏକ ହଜାର ଟଙ୍କାର ଚାଲାଣ ଆସିଛି । ଘଟଣାଟି ସାମ୍ନାକୁ ଆସିଲା ଯେତେବେଳେ ସେ ନିଜ ଗାଡିର ପଲ୍ୟୁସନ ଟେଷ୍ଟିଂ ପାଇଁ ଯାଇଥିଲେ । ପିୟୁସିସି ପାଇଁ ତାଙ୍କର ୧ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଲା । ତା' ପୁଣି ଗାଡିର କାଗଜପତ୍ର କିମ୍ବା ଅନ୍ୟ କୌଣସି ଟ୍ରାଫିନ୍ ନିୟମ ଉଲ୍ଲଙ୍ଘନ ପାଇଁ ନୁହେଁ ବରଂ ହେଲମେଟ୍ ପାଇଁ ।
ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ:
ମୋଟରଯାନ ଅଧିନିୟମ ଅନୁଯାୟୀ, କେବଳ ଦୁଇଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । ହେଲେ ତିନି ଚକିଆ ଡାଲା ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚାଲାଣଟି ଏବେର ନୁହେଁ, ୪ ବର୍ଷ ତଳର । ୨୦୨୧ ନଭେମ୍ବର ୧୭ରେ ଚାଲାଣ କଟିଥିଲା । ଚାଲାଣ କାଟିଥିବା ଅଧିକାରୀ ହେଉଛନ୍ତି ଓଡ଼ିଶା ଟ୍ରାଫିକ ପୋଲିସର ପୂର୍ବତନ ଏସ୍.ଆଇ ବର୍ତ୍ତମାନର ଭଦ୍ରକ ବାଂଶଡ଼ା ଥାନାଧିକାରୀ ମହମ୍ମଦ ହାଫିଜ୍ l
ଏହି ତ୍ରୁଟି ପାଇଁ ଏବେ ରାମକୃଷ୍ଣ ହଇରାଣ ହେବା ସହ ତାଙ୍କ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ ଅଟକି ରହିଛି । ସେପଟେ ପୁଣି ପଲ୍ୟୁସନ ନକଲେ ଟାଙ୍କିରେ ପେଟ୍ରୋଲ, ଡିଜେଲ ମିଳିବନି ବୋଲି ସରକାର ନିୟମ କରିଛନ୍ତି, ଯାହାକୁ ନେଇ ଏବେ ଚିନ୍ତାର ଅଟୋ ଚାଳକ...
ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ, ଓଟିଭି
Naveen Niwas Call: ବିଜେଡିରେ ବଡ଼ ହଲଚଲ, ଅଚାନକ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଆସିଲା ଡାକରା

BJP National President: ବିଜେପି ନେତୃତ୍ବର ନୂଆ ନାଁ ନିତିନ ନବୀନ, ନୂଆପିଢ଼ି ପାଇଁ ନୂଆ ସମ୍ଭାବନା !

Unit 1 Market Fire: କେମିତି ଭୁବନେଶ୍ୱର ୧ ନମ୍ବର ହାଟରେ ଲାଗିଲା ନିଆଁ ? କାନ୍ଦି କାନ୍ଦି ଦୋକାନୀ କହିଲେ...

Gold Rate Today: ହୁ ହୁ ହୋଇ ବଢୁଛି ସୁନା, ଆଜି କେତେ ବଢିଲା ଜାଣନ୍ତୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)