Advertisment

ପକ୍କା ଘର ନାହିଁ ବୋଲି ଶାଶୁଘର ଛାଡି ବାପଘରେ ରହୁଛି ପତ୍ନୀ

ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ ।

author-image
Santosh Kumar Sahoo

ସରକାର ବାସହିନଙ୍କୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା କହୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାର ଚିତ୍ର ପୁରା ଅଲଗା । ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ । ଗଂଜାମ ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ବେଙ୍ଗସର ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ହରିଜନ ସାହିର ଅଶୋକ ନାଇକଙ୍କ ପାଇଁ ଗରିବୀ ସାଜିଛି ଅଭିଶପ୍ତ । ଦୁଇ ପୁଅ ଓ ପତ୍ନୀ ରହିଥିଲେ ମଧ୍ୟ ଗରିବୀ ସେମାନଙ୍କୁ କରିଛି ଅଲଗା ।

Advertisment
Ganjam Bhanjanagar
Advertisment
Advertisment