Advertisment

ଦିନେ ଦାଦନ ଖଟୁଥିଲେ, ଆଜି ପରିବା ଚାଷରେ ବଦଳିଲା ଭାଗ୍ୟ

ଖାଇବାକୁ ଦାନା ପାଣି ନଥିଲା । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । ଆଜି ନିଜେ ପରିବା ଚାଷ କରି ଆତ୍ମ ସମ୍ମାନର ସହ ବଞ୍ଚୁଛନ୍ତି । ନିଜେ ପାଠ ପଢ଼ି ନାହାନ୍ତି । କିନ୍ତୁ ପିଲାମାନଙ୍କୁ ପଢ଼ାଇଛନ୍ତି ।

author-image
Santosh Kumar Sahoo

ମୟୁରଭଞ୍ଜ ଜିଲ୍ଲା କୁଲଡିହା ଗ୍ରାମର କାଶରାୟ ହାଁସଦା । ପରିବା ଚାଷ କରି ପୋଷୁଛନ୍ତି ପରିବାର । ୫ ଏକର ଜମିରେ ବିଭିନ୍ନ ପରିବା ଚାଷ କରିବା ସହ ବେଶ ଆରାମରେ ଚଳି ଯାଉଛନ୍ତି ସେ ଓ ତାଙ୍କ ପରିବାର । ଦିନ ଥିଲା ଖାଇବାକୁ ଘରେ ଦାନା ପାଣି ନଥିଲା । ଲୋକଙ୍କ ପାଖରୁ ମାଗି ମାଗି ଚଳୁଥିଲେ । ଦାଦନ ଖଟିବାକୁ ବାହାରକୁ ଯାଉଥିଲେ । ପାଲ ଘରେ ରହୁଥିଲେ । ଆଜି କିନ୍ତୁ ପରିବା ଚାଷ କରି ସେ ସ୍ୱାବଲମ୍ବୀ । ପ୍ରଥମେ କେବଳ ଧାନ ଚାଷ କରୁଥିବା ବେଳେ ବର୍ତ୍ତମାନ ସବୁ ପ୍ରକାର ପରିବା ଚାଷ କରୁଛନ୍ତି । ବିନା ସାରରେ ପରିବା ଚାଷ କରୁଥିବାରୁ ନିଜ ଅଞ୍ଚଳରେ ସେ ବେଶ ଲୋକପ୍ରିୟ ।

Advertisment
Odisha Baripada Odisha Farmer
Advertisment
Advertisment