Advertisment

କପିଳାସରେ ଦିଅଁ ଦର୍ଶନ ପରେ ବଣଭୋଜି.. ମଜା ଆସିଯିବ

ପିକନିକ କରିବାକୁ ଢେଙ୍କାନାଳ ଯାଆନ୍ତୁ.. ଦିଅଁ ଦର୍ଶନ ସାଙ୍ଗକୁ ବଣଭୋଜି ବି କରିପାରିବେ.. ପ୍ରାଣୀ ଉଦ୍ୟାନରେ ଦେଖିବେ ହାତୀ, ଭାଲୁ, ହରିଣ ସାଙ୍ଗକୁ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ.. ଆଉ ପିଲାଏ ଖେଳିବେ ପାର୍କରେ.. ବୋଟିଂ କରିବେ ଆଉ ତାପରେ ପେଟେ ଖାଇ ପିକନିକର ମଜା ଉଠାଇବେ..

author-image
Santosh Kumar Sahoo

ଢେଙ୍କାନାଳର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହେଉଛି କପିଳାସ..ଯେଉଁଠି ବର୍ଷ ତମାମ ଲୋକଙ୍କ ଗହଳି ଚହଳି ଲାଗିଥାଏ..ବିଶେଷ କରି ଡିସେମ୍ବର ଠାରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ସାଜିଥାଏ କପିଳାସ.. କାରଣ ଓଡିଶାର ଦ୍ୱିତୀୟ କୈଳାସ ଭାବେ ପରିଚିତ କପିଳାସରେ ବିରାଜମାନ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କୁ ଦର୍ଶନ କରିବା ସହ ଜୁରେ ବୁଲାବୁଲି କରି ସମୟ ଅତିବାହିତ କରିବାର ମଜ୍ଜା ହିଁ କିଛି ନିଆରା.. ସବୁଠାରୁ ବଡ କଥା ହେଉଛି କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଲାଗି ରହିଥିବା ଏଇ ପୁଷ୍କରିଣୀରେ ବୋଟିଂ କରିବା ସହିତ ବଣଭୋଜି କରି ଏକାଠି ଖିଆପିଆ କରିବା..ଆଉ କପିଳାସ ପ୍ରାଣୀ ଉଦ୍ୟାନକୁ ଲାଗି ରହିଥିବା ଏଇ ଡିଅର ପାର୍କରେ ହରିଣ ଓ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ସାତୋଟି ହାତୀଙ୍କୁ ଦେଖି ସାଙ୍ଗସାଥୀ ଓ ପରିବାର ସହ ସମୟ କାଟିବା ଏକ ନିଆରା ଅନୁଭୂତି...

Advertisment
Odisha News Dhenkanal Picnic
Advertisment
Advertisment