Advertisment

ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।

author-image
Tanmay Kumar Mahalik

ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଉତ୍ସବକୁ କେଉଁ କେଉଁ ଅତିଥିଙ୍କୁ ଡକାଯିବ, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ତାହା ସ୍ଥିର ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇ ନଥିଲାବେଳେ ପ୍ରତିଷ୍ଠା ପାଇଁ ତରବିଆ ତାରିଖ ଘୋଷଣାକୁ ନେଇ ପ୍ରଶ୍ନ ଉଠିଛି ।

Advertisment
Srimandir
Advertisment
Advertisment