Woman in 93 making clothes for Lord Jagannath
ମନରେ ଆଗ୍ରହ ଥିଲେ ଯେ କେହି ବି ମହାପ୍ରଭୁଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିପାରେ। ସେ ଛୋଟ ଶାରିରୀକ ଭାବେ ଅକ୍ଷମ ହେଉ ବା ବୟସର ଅପରାହ୍ଣ ହେଉ ଠାକୁରଙ୍କ ସେବାରେ କେହି ବି ବାଧକ ସାଜି ପାରେନି। ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ବୟସ ହେଲାଣି ୯୩। ଥରୁଛି ହାତ। ଭଲଭାବେ ଆଖିକୁ ଦିଶୁନି କି ଠିକରେ କାନକୁ ଶୁଭୁନି। ଖାଲି ସେତିକି ନୁହେଁ ଭଲ କରି କଥା ପଦେ କହିବାର ଯୁ ବି ନାହିଁ। ତଥାପି ଏ ବୟସରେ ଥକି ଯାଇନି ଶରୀର କି କମିଯାଇନି ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ। ଏକ ମନ ଏକ ପ୍ରାଣରେ ଓ ଦୃଢ଼ ଏକାଗ୍ରତା ସହ ଚରଖାରୁ କାଟୁଛନ୍ତି ସୂତା। ଏ ବୃଦ୍ଧାଙ୍କ ନାଁ ହେଉଛି ଆସେଲି ଦାସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)