Advertisment

ନାକେଦମ୍ ହେଲେଣି ସରକାର; କାମ କରୁନି ବ୍ୟାକ୍ ଅପ୍ ପ୍ଲାନ୍‌, ଜିଦ୍‌ରେ ଅଟଳ ପ୍ରାଥମିକ ଶିକ୍ଷକ

ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।

author-image
Tanmay Kumar Mahalik

ଶିକ୍ଷକ ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷା ଏକ ପ୍ରକାର ଠପ୍ ହୋଇଯାଇଛି । ଏଣେ କାମ କରୁନି ସରକାରଙ୍କ ବ୍ୟାକ୍ ଅପ୍ ପ୍ଲାନ୍ । ପାଖ ସ୍କୁଲ୍ ରୁ ମାଧ୍ୟମିକ ଶିକ୍ଷକଙ୍କୁ ଆଣି ପଢାଇବା ସମ୍ଭବ ହୋଇପାରୁନି । ଅନ୍ୟପଟେ ସ୍କୁଲରେ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜନ ନିଷ୍ପତ୍ତିକୁ ଅଙ୍ଗନୱାଡି ସଂଘ ବିରୋଧ କରିଛି । ଏହାରି ଭିତରେ ରାଜନୈତିକ ବୟାନବାଜି ଆଜି ବି ଜାରି ରହିଛି । ଅନ୍ୟପଟେ ଶିକ୍ଷକ ଆନ୍ଦୋଳନ ପାଇଁ ଏଥର ବିଦ୍ୟାଳୟରେ ବିଦ୍ୟାଦାତା ଗଜାନନଙ୍କ ପୂଜା ସଂପୂର୍ଣ୍ଣ ଫିକା ପଡିପାରେ ।

Advertisment
Teachers Strike Teachers Protest
Advertisment
Advertisment