Advertisment

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ

ହାଇକୋର୍ଟ ଛାଟ ସତ୍ତ୍ୱେ ବାଲି ଉଠେଇବାକୁ ଫନ୍ଦିଫିକର କରୁଥିଲେ ରାଜ୍ୟ ସରକାର। ରୋକ୍ ଲଗେଇଦେଲେ ଅଦାଲତ। ତା’ସହ ରହିତାଦେଶ ସତ୍ତ୍ୱେ ଗଳାବାଟ ଦେଇ ବାଲି ଉଠାଣ ପାଇଁ ଗତ ୨୧ ତାରିଖରେ ଖଣିବିଭାଗ ଯେଉଁ ବିଜ୍ଞପ୍ତି କରିଥିଲା, ତା’ଉପରେ ବି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

author-image
Santosh Kumar Sahoo

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ । ବାଲି ଉଠାଣକୁ ନେଇ ପୁଣି ବର୍ଷିଲେ । ମେସିନ୍ ଜରିଆରେ ବାଲି ଉଠାଣ ଉପରେ ରୋକ ଲଗାଇଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୁଣି ଜାରି କଲେ ସ୍ଥଗିତାଦେଶ । କଟକ ଜିଲ୍ଲାର ବାଲିଘାଟ ଗୁଡ଼ିକୁ ଉଦାହରଣ ଭାବେ ନେଇ ରାଜ୍ୟବ୍ୟାପି ବାଲିଉଠାଣ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । କେବଳ ଏତିକି ନୁହେଁ, ଗତ ୨୧ ତାରିଖରେ ଯେଉଁ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ, ତା’ଉପରେ ବି କ୍ଷୁବ୍ଧ ହେବା ସହ ସ୍ଥଗିତାଦେଶ ଜାରି କରିଛନ୍ତି ।

Advertisment

୨୯ ନଭେମ୍ବର, ୨୦୨୩ । ବାଲି ଉଠାଣ ପ୍ରସଙ୍ଗରେ ସ୍ଥଗିତା ଦେଶ ଜାରି କରିଥିଲେ ହାଇକୋର୍ଟ । ମେସିନ ସହାୟତାରେ ବାଲି ଉଠାଣ ବନ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତା’ସହ କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ନୋଟିସ କରିଥିଲେ । ଏହାପରେ ଡିସେମ୍ବର ୨୧ରେ ମାମଲାର ଶୁଣାଣିବେଳେ ୧୪ଟି ବାଲି ଖାଦାନକୁ ବନ୍ଦ କରିବା ସହ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାନେଇ କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର ।

Odisha News High Court Sand Mafia
Advertisment
Advertisment