ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି । ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ । ବିଜେପି ଆଜି ପ୍ରେସମିଟ୍ କରି ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲୁନି, ଭଣ୍ଡାରରୁ ରତ୍ନ ଲୁଟ୍ ହେଉ ନାହିଁ ତ ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଛି । କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ ସହ ବର୍ଷିଥିଲା ବେଳେ ବିଜେଡି ଜବାବ ରଖିଛି ।
Published: Tanmay Kumar Mahalik
Last updated: 27 April 2023, 08:55 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।