Advertisment

ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି; ରାଜ୍ୟ ସରକାର ଆଣିଲେ ଲକ୍ଷ୍ମୀ ଯୋଜନା

ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ ।

author-image
Tanmay Kumar Mahalik

ଗ୍ରାମାଞ୍ଚଳ ଓ ମହିଳା ଭୋଟ୍ ନେବା ପାଇଁ ବିଜେଡି ସରକାରର ଆଉ ଏକ ଫନ୍ଦି । ଗାଁ ଗହଳିରେ ପରିବହନ ସେବା, ମହିଳା ସଶକ୍ତୀକରଣ ଓ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଲକ୍ଷ୍ମୀ ଯୋଜନା । ତେବେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଭିଯୋଗ କରିଚନ୍ତି, କେବଳ ନିର୍ବାଚନ ପୂର୍ବରୁ ଏଭଳି ଯୋଜନା ଆଣି ଲୋକଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ବିଜୁ ଗାଁ ଗାଡ଼ି ଯୋଜନା ଫେଲ୍ ମାରିଥିବା ବେଳେ ଏହି ନୂଆ ସ୍କିମକୁ ନେଇ ପ୍ରଶ୍ନ ଉଠିଛି ।

Advertisment
Odisha Govt
Advertisment
Advertisment