ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ । ଚାଲେ ସମୂହ ଅଣ୍ଡାଦାନ । ଦୁଇ ମାସ ପରେ ବେଳାଭୂମି ବାଲିରେ ପୋତି ହୋଇଥିବା ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ଗର୍ଭକୁ ଫେରି ଯାଆନ୍ତି । ଅଲିଭ ରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର । କିନ୍ତୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ସମୂହ ଅଣ୍ଡାଦାନ ଓ ବଂଶବୃଦ୍ଧି ପ୍ରକ୍ରିୟାରେ ଏବର୍ଷ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଖାଁ ଖାଁ ଋଷିକୁଲ୍ୟା ମୁହାଁଣ । ଆଗନ୍ତୁକ ଅତିଥିଙ୍କ ଦେଖା ନାହିଁ । ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ । ଖୁବ୍ କମ୍ ସଂଖ୍ୟାରେ ଆସିଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ କାରଣ ହୋଇ ଥାଇପାରେ ।
Published By: Satyendu Shekher Mishra
Last updated: 24 June 2024, 10:46 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।