Who is behind this heinous act of throwing infant into borewell
ମରଣର ଅନ୍ଧାରୀ ବୋରୱେଲରୁ ଜୀବନ ନେଇ ଫେରିଆସିଥିବା ସେହି ନବଜାତକୁ ଏବେ କିଏ କହୁଛି ବିଜୁଳି କନ୍ୟା ତ ଆଉ କିଏ କହୁଛି ଭାଗ୍ୟବତୀ । ଜନ୍ମ କରିଥିବା ପିଶାଚିନୀ ମା’ ସିନା ପର କରିଦେଲା, ହେଲେ କୋଳେଇ ନେଇଥିବା ଧରିତ୍ରୀ ଜୀବନ୍ତ ଧରାଇଦେଲା ଦେବଦୂତ ସାଜିଥିବା ଉଦ୍ଧାରକାରୀ ଟିମ୍ ହାତରେ । ୨ ଦିନର ଏହି ଶିଶୁକନ୍ୟା ଏବେ ମେଡ଼ିକାଲରେ ଚିକିତ୍ସାଧୀନ । ହେଲେ କିଏ ସେହି ନିର୍ଦ୍ଦୟୀ ମହିଳା, କିଏ ସେହି ନୃଶଂସ ପୁରୁଷ ? ନିଜ ଔରସରୁ ଜନ୍ମଦେବା ପରେ ବି କଅଁଳ ପିଲାର କାହିଁକି ଏଭଳି ଦଶା କଲା ? ମାମଲା ରୁଜୁ କରି ଏବେ ଖୋଳତାଡ଼ କରୁଛି ସମ୍ବଲପୁର ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)