Advertisment

କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି; ବିନା ଭିତ୍ତିଭୂମିରେ କେମିତି ଖର୍ଚ୍ଚ ହେବ ଅନୁଦାନ ?

ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?

author-image
Tanmay Kumar Mahalik

ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ତା ଭୋଟ୍ ପାଇବାକୁ ଭେଳିକି । ଆଦିବାସୀ ବହୁଳ ଜିଲ୍ଲାର ବିକାଶ ଲାଗି ସରକାର ୨୦୧୭ରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଢିଥିଲେ । ଏଥିରୁ ଆଦିବାସୀ କେତେ ଉପକୃତ ହୋଇଛନ୍ତି ତାର କୌଣସି ହିସାବ ନାହିଁ, ତେବେ ନିର୍ବାଚନ ପୂର୍ବରୁ ପୁଣି ଥୋପ ପକାଇଛନ୍ତି ସରକାର । ଅନୁଦାନ ଓ ଅତିରିକ୍ତ ଅନୁଦାନ ବାବଦକୁ ଘୋଷଣା କରିଛନ୍ତି ୩୫୧ କୋଟି ଟଙ୍କା । ହେଲେ ଟଙ୍କା ଖର୍ଚ୍ଚ ଲାଗି ଅଧିକାଂଶ ଜିଲ୍ଲାରେ ଭିତ୍ତିଭୂମି ନଥିବାରୁ ସରକାରଙ୍କ ଘୋଷଣା କେବଳ ଭୋଟ ପାଇଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବିଜେଡି ଏହାର ଜବାବ ରଖିଛି ।

Advertisment
General Elections SDC
Advertisment
Advertisment