ବର୍ଷ ତମାମ ସବୁଜ, ସୁନ୍ଦର ଓ ସତେଜ ଦେଖାଯାଉଥିବା କଳ୍ପବୃକ୍ଷ ଏବେ ଶୁସ୍କ ଓ ବିବର୍ଣ୍ଣ । ଆମେ କହୁଛୁ କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମହାକଳ୍ପବୃକ୍ଷ କଥା । ଏପୀଠକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧା ଭାବନାରେ ଗଭୀର ସଂଶୟ ଆଣିଛି ବିଶାଳ ବରଗଛର ଏଭଳି ପତ୍ରଝଡ଼ା ରୂପ । ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି । ୩/୪ ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି । ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।
Published: Satyendu Shekher Mishra
Last updated: 26 September 2022, 09:07 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।