ପୁଣି ଭୋକ ଉପାସରେ ପ୍ରଭୁ ଲିଙ୍ଗରାଜ ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି। ବୁଧବାର ସକାଳୁ କେବଳ ସାହାଣମେଲା ଦର୍ଶନ ବିନା ନା କେଉଁ ନୀତିକାନ୍ତି ହେଉଛି, ନା ଅବଢ଼ା ବାହାରିଛି। ଅଚଳାଚଳ ସଂପତ୍ତିର ମାଲିକଙ୍କୁ ଏତେ ସମୟ ଧରି ଏମିତି ଭୋକରେ ରଖାଯିବାକୁ ନେଇ ବ୍ୟଥିତ ଭକ୍ତ ପ୍ରାଣ। ତେଜୁଛି ଅସନ୍ତୋଷ। ସେବାୟତଙ୍କ ଭିତରେ ସମନ୍ୱୟ ଅଭାବ ଏବଂ ବିବାଦରୁ ବର୍ଷର ବିଭିନ୍ନ ସମୟରେ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହେଉଛି। ସେବାୟତଙ୍କ ଭିତରେ ଜିଦାଜିଦି ସ୍ଥିତି ଓ ଅହଂକାର ଲଢ଼େଇ ପାଇଁ ପୂର୍ବରୁ ଅନେକ ଥର ଉପାସରେ ରହିଛନ୍ତି ଲିଙ୍ଗରାଜ। ହେଲେ ଏଥର ବିବାଦର କାରଣ ହେଉଛି ଜମି।
Published By: Santosh Kumar Sahoo
Last updated: 26 October 2023, 09:21 PM IST
ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।