Tiger returns to Gajapati
ମହେନ୍ଦ୍ରଗିରିରେ ମହାବଳ। ରାୟଗଡ଼ ଓ ଗୋଷାଣୀ ଜଙ୍ଗଲରେ ବୁଲୁଛି । ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି । ଗୁହାଳରେ ବନ୍ଧା ଗାଈଗୋରୁଙ୍କୁ ଶିକାର ବନାଉଛି । ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ଏ ମହାବଳ । ବନ ବିଭାଗ କ୍ୟାମେରା ଟ୍ରାପରେ କଏଦ ହୋଇଛି ମହାବଳର ଫଟୋ। ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନସ୍ଥ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗାଁରେ ଦୁଇ ଦିନରେ ଦୁଇଟି ଗାଈକୁ ଘୋଷାରି ମାରିବା ପରେ ବନ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇଥିଲା । ଆଖପାଖ ଅଞ୍ଚଳରୁ ମିଳିଥିଲା ମହାବଳର ପାଦଚିହ୍ନ।
ଏହାପରେ ମହାବଳର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଖଞ୍ଜାଯାଇଥିଲା କ୍ୟାମେରା ଟ୍ରାପ। ଯେଉଁଥିରୁ ଗଜପତିରେ ମହାବଳ ଘୁରି ବୁଲୁଥିବା ସ୍ପଷ୍ଟ ହୋଇଛି ।
ଏହାପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ବାଘର ଗତିବିଧି ଉପରେ ବି ନଜର ରଖାଯାଇଛି। ଏଣେ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ଘରେ ପଡ଼ୁଛି ତାଟି କବାଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)