irregularities in infrastructure
କେଉଁଠି ଛାତ ଫାଟି ଆଁ କଲାଣି ତ କେଉଁଠି ପଲସ୍ତରା ଖସି ଲୁହା ଜଙ୍ଗ ଖାଡ଼ି ଦେଖାଗଲାଣି.. ଖରାଦିନେ ଏମିତି ଅବସ୍ଥା ବର୍ଷା ଦିନ କଥା ନ କହିବା ଭଲ..ଉପରୁ କେମିତି ପାଣି ଗଳୁଥିବ ଆପଣ ଠିକ୍ ଅନୁମାନ କରିପାରୁଥିବେ.. ନା ଅଛି ଆବଶ୍ୟକ ଅନୁସାରେ ପାଇଖାନା ନା ଅଛି ରୋଷେଇ ଘର.. ଆଉ ସ୍କୁଲ ପରିସର ସମେତ ବିଭିନ୍ନ ଗୃହଗୁଡିକରେ ଆଣ୍ଠୁଏ ଆଣ୍ଠୁଏ ଅଳିଆ ଆବର୍ଜ୍ଜନା ସହ ପାଣି ଜମୁଥିବାର ମଧ୍ୟ ଦେଖିବାକୁ ମିଳିଛି..ଶିକ୍ଷା ବିଭାଗ ପକ୍ଷରୁ ଗୃହଗୁଡିକୁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଚିହ୍ନଟ କରାଯାଇଛି.. ତଥାପି ଗୋଟିଏ ଗୃହରେ ତିନି-ଚାରୋଟି ଶ୍ରେଣୀର ପାଠପଢା ହେଉଛି.. ସାନଖେମୁଣ୍ଡିର ଅନେକ ବିଦ୍ୟାଳୟ ଏହି ଭଳି ସ୍ଥିତିରେ ରହିଛି.. ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)