Bonda tribe cursed by Maa Sita
ଘଞ୍ଚ ଅରଣ୍ୟ। ସୁରମ୍ୟ ପର୍ବତମାଳ ମଝିରେ ଏମାନଙ୍କ ଘର। ଏହି ବେଶ ପୋଷାକ ହିଁ ଏମାନଙ୍କ ପରିଚୟ। ଏମାନେ ମାଲ୍ୟବନ୍ତଗିରୀର ବଣ୍ଡା ଆଦିବାସୀ। କଥାରେ ଅଛି ବଣ୍ଡା-ଲଣ୍ଡା। ଅର୍ଥାତ୍ ବଣ୍ଡା ମହିଳାମାନେ ମଥାରେ କେଶ ରଖନ୍ତି ନାହିଁ। ଦେହରେ ପୋଷାକ ବି ଖୁବ୍ କମ୍ ପିନ୍ଧନ୍ତି। ହେଲେ କ’ଣ ପାଇଁ ? ଆପଣଙ୍କ ମନରେ ଏ ପ୍ରଶ୍ନ ଆସୁଥିବା, ଏମିତି ଏ ବନବାସୀମାନେ ଅର୍ଦ୍ଧନଗ୍ନ କ’ଣ ପାଇଁ ?
Advertisment
ଲୋକକଥାକୁ ଆଧାର କଲେ ଏହି ପ୍ରଶ୍ନର ଉତ୍ତର ପାଇବାକୁ ଆମକୁ ରାମାୟଣ ଯୁଗକୁ ଫେରିବାକୁ ପଡିବ। ବନବାସୀ ପ୍ରଭୁ ଶ୍ରୀ ରାମଙ୍କ କାହାଣୀ ସହ ଯୋଡି ଦେବାକୁ ପଡିବ ଏହି ବଣ୍ଡା ରମଣୀମାନଙ୍କୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)