ଖାଲି କଫି କି ମିଲେଟ୍ ପାଇଁ ନୁହେଁ ପାହାଡ଼ପର୍ବତ ଘେରା କୋରାପୁଟ ଜିଲ୍ଲା ଅଦା ପାଇଁ ବି ଲୋକପ୍ରିୟ..ଏଠାକାର ଶୀତଳ ଜଳବାୟୁ ଓ ଜମିର ଗୁଣବତ୍ତା ଅଦା ଚାଷ ପାଇଁ ବେଶ ଉପଯୋଗୀ.. ଜିଲ୍ଲାର ପ୍ରାୟ ୪ ହଜାର ହେକ୍ଟର ଜମିରେ ଅଦା ଚାଷ ହୋଇଥାଏ..ଆଉ ପ୍ରତି ବର୍ଷ ଉତ୍ପାଦନ ହୋଇଥାଏ ପ୍ରାୟ ୫୦ ହଜାର ମେଟ୍ରିକ୍ ଟନ୍.. ଡିସେମ୍ବର ଓ ଜାନୁୟାରୀରେ ଅଦା ଅମଳ ହୋଇଥାଏ.. ଖାସ୍ କଥାଟି ହେଲା ଏକ ଜିଲ୍ଲା ଏକ ଉତ୍ପାଦ ତାଲିକାରେ-ODOP କୋରାପୁଟର ଅଦାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଛି.. କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ କାଉନସିଲ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି..ହେଲେ ବିଡମ୍ବନା ଜିଲ୍ଲାରେ କିନ୍ତୁ ଅଦାକୁ ଅବହେଳା କରାଯାଉଛି.. ଆଡ଼ ଆଖିରେ ବି ଗୁରୁତ୍ୱ ଦିଆଯାଉନି..
Published By: Santosh Kumar Sahoo
Last updated: 01 March 2024, 12:08 PM IST
ଶିବଙ୍କ ଗୁହାରି ମୋତେ କୃତ୍ରିମ ଗୋଡ଼ଟେ ଦେଲେ ମୁଁ ନିଜ ଗୋଡରେ ଠିଆହେବି.. ନ ଦେଲେ ବି ଜୀବନରେ କେବେ ଭିକ ମାଗିବିନି..