driver suffers heart attack
ମୃତ୍ୟୁର ଆଭାସ ପାଇସାରିଥିଲେ.. ତଥାପି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜର ଶେଷ କର୍ତ୍ତବ୍ୟ ସାରିଦେଇ ଗଲେ..ଛାତିଏ ଯନ୍ତ୍ରଣାରେ ଛଟପଟ ହୋଇ ଧୀରେ ଧୀରେ ପ୍ରାଣ ଶରୀର ଛାଡ଼ିଥିଲା.. କିନ୍ତୁ ସେ ଚଳନ୍ତା ଗାଡ଼ିରେ ନିଜ ଯାତ୍ରୀମାନଙ୍କ ହାତ ଛାଡ଼ିନଥିଲେ.. ରାସ୍ତା ମଝିରେ ଗାଡ଼ି ଚଲାଉଥିବା ବେଳେ ହଠାତ୍ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ.. ଛାତିର କଷ୍ଟକୁ ଚାପି ପ୍ରଥମେ ଗାଡି ଛିଡା କରାଇ ଷ୍ଟିଅରିଂ ଉପରେ ହିଁ ନିଜର ଜୀବନ ଦେଇ ବଞ୍ଚାଇଲେ 65 ଜଣଙ୍କ ଜୀବନ.. ଆଉ ଏଇ ଦୁଃଖଦ ପରିସ୍ଥିତିରେ ଦେବଦୂତ ହୋଇ ପହଞ୍ଚିଥିଲେ ଆଉ ଜଣେ ଡ୍ରାଇଭର୍ ଭାଇ.. ଅତିଥି ଦେବୋ ଭବଃ ମାନସିକତାକୁ ପୂରା କରି ଯାତ୍ରୀମାନଙ୍କୁ ସହଯୋଗର ହାତ ବଢାଇଲେ.. ଏଇ ଦୁଇ ଡ୍ରାଇଭର ଭାଇଙ୍କ ଦରଦୀ ହୃଦୟ ଆଉ ମଣିଷପଣିଆ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)