Advertisment

ଘାରିଲାଣି ବନ୍ୟା ଆଶଙ୍କା; ଛାନିଆରେ ମହାନଦୀ ତଳି ଅଞ୍ଚଳ ବାସିନ୍ଦା

କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।

author-image
Tanmay Kumar Mahalik

ହୀରାକୁଦ ଡ୍ୟାମ୍ ର ୨୬ଟି ଗେଟ୍ ଖୋଲିବା ପରେ ମହାନଦୀ ଅବବାହିକାର ତଳି ଅଞ୍ଚଳରେ ଘାରିଲା ବନ୍ୟା ଆଶଙ୍କା । ସମ୍ବଲପୁରରୁ ସୋନପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ, ବୌଦ୍ଧ ଜିଲ୍ଲାର ପ୍ରାୟ ୪୦ଟି ଗାଁ ପାଣି ଘେରରେ ରହିଛି । ଏଣେ କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କୀରେ ବି ଚିନ୍ତା ବଢ଼ାଇଛି ବନ୍ୟା ଜଳ । ତେବେ ଆଗକୁ ହୀରାକୁଦର ଆଉ ଅଧିକ ଗେଟ୍ ଖୋଲିବନି ଏବଂ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Advertisment
Hirakud Dam Flood
Advertisment
Advertisment