Advertisment

ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର ! ମାଟ୍ରିକ ପରୀକ୍ଷା ବେଳେ ବିଜୁଳି ଯନ୍ତ୍ରଣା

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।

author-image
Tanmay Kumar Mahalik

ପୂର୍ବରୁ ପଡ଼ି ରହିଥିବା ବକେୟା ବିଜୁଳି ବିଲ ଆଦାୟ ବାହାନାରେ ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର । ଏମିତିକି ଏବେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏଇ ସମୟରେ ହିଁ ଲୋକଙ୍କୁ ଦେଉଛି ବିଜୁଳି ଯନ୍ତ୍ରଣା । ଏଇ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗମାନ ଆସିବା ପରେ ଗତକାଲି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଟାଟା କମ୍ପାନୀ ଚୁକ୍ତି ଖିଲାପ କରି ମନମାନୀ କରୁଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଶକ୍ତିମନ୍ତ୍ରୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

Advertisment
TATA Power Power Cut
Advertisment
Advertisment