କଥାରେ ଅଛି.. ଦୃଢ ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଂଘିପାରେ.. ଯାହା ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଚକଅର୍ଜୁନି ଗାଁର ଶିବ ପ୍ରସାଦ ବେହେରା.. ପରିବାର ପୋଷିବାକୁ ଦାଦନ ଯାଇଥିଲେ.. ହେଲେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଡ଼ ହରାଇ ଦିବ୍ୟାଙ୍ଗ ପାଲଟିଗଲେ.. ଆଉ ମଜୁରୀ ଖଟିପାରିଲେନି.. ହେଲେ ଜୀବନ ଜୀବିକାକୁ ଆଗକୁ ବଢାଇବା ଲାଗି, ଆଉ ବୁଢା ବାପା ମାଆଙ୍କ ଉପରେ ବୋଝ ନ ହୋଇ ନିଜର ସୁସ୍ଥ ଥିବା ହାତ ଦୁଇଟିକୁ କାମରେ ଲଗାଇଥିଲେ.. ଦାଦନରୁ ଦିବ୍ୟାଙ୍ଗ ସାଜିଲା ପରେ ଆଜି ସେ ସାଇକେଲ ମରାମତି ଦୋକାନ, ହାଣ୍ଡି ମାଠିଆ ଗଢି ବିକି ପରିବାର ଚଳାଉଛନ୍ତି..
Published By: Santosh Kumar Sahoo
Last updated: 01 March 2024, 12:04 PM IST
କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି