Advertisment

୭ ବର୍ଷ ପରେ ବାପା-ପୁଅ ମିଳନ.. ମୁଢି ଯୋଡିଦେଲା ସଂସାର

ମୁଢ଼ି ଯୋଡ଼ିଦେଲା ସୁନା ସଂସାର। ୭ ବର୍ଷ ହେଲା ନିଖୋଜ ଥିଲେ ବାପା । ମୁଢ଼ି ଖାଇବାକୁ ମାଗିବାରୁ ମିଳିଲା ପରିଚୟ।

author-image
Santosh Kumar Sahoo

ମୁଡି ଯୋଡିଦେଲା ସୁନା ସଂସାର.. ହଜିଥିବା ବାପାକୁ ଖୋଜି ପାଇଲା ପୁଅ..ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ବରପୁର ପଂଚାୟତ ଯମୁନା ଗ୍ରାମରେ.. ସୋନପୁର ଜିଲ୍ଲା ଉଲୁଣ୍ଡା ଜିଲ୍ଲା ଗୋପାଳପୁର ଗ୍ରାମର ଲକ୍ଷପତି ଭରା ସାଗର ୭ ବର୍ଷ ହେବ ଘରୁ ରାଗିକରି ପଳାଇ ଆସିଥିଲେ..ଗତ କିଛି ଦିନ ହେବ ପାଗଳପ୍ରାୟ ଅବସ୍ଥାରେ ଯମୁନା ଗ୍ରାମରେ ଏକ ଗଛ ତଳେ ରହୁଥିଲେ.. ଭୋକ ବିକଳରେ ଲକ୍ଷପତି ସ୍ଥାନୀୟ ରାଜକିଶୋର ମହାପାତ୍ରଙ୍କ ଘରକୁ ଯାଇ ମୁଢି ଖାଇବାକୁ ମାଗିଲେ..ରାଜକିଶୋର କଥାବାର୍ତ୍ତା ହୋଇ ଲକ୍ଷପତିଙ୍କ ଠିକଣା ପଚାରି ସୋସିଆଲ ମିଡିଆ ସାହାଯ୍ୟରେ ତାଙ୍କ ପରିବାରକୁ ଯୋଗାଯୋଗ କରିଥିଲେ..

Advertisment
Father Son Relationship Jajpur Odisha
Advertisment
Advertisment