ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍
ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍। ନିର୍ବାଚନକୁ ନେଇ ସରଗରମ ରାଜନୀତି। କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଚାଲିଛି। ପ୍ରାର୍ଥୀ ମାନେ ସବୁପ୍ରକାର ଉଦ୍ୟମ କରୁଛନ୍ତି ନିର୍ବାଚନ ବୈତରଣୀ ପାର ହେବାକୁ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ପ୍ରାର୍ଥୀନୀ। ବିଶେଷ କରି ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆ ଯାଉଛି। ହ୍ଵାଟ୍ସଆପ, ଫେସବୁକ ମାଧ୍ୟମରେ ନିଜ ସପକ୍ଷରେ ପ୍ରଚାର କରାଯାଉଛି। ସବୁଠାରୁ ଗୁରୁତ୍ୱ ଦିଆଯାଉଛି ଗୀତ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ।
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ