Advertisment

କେମିତି କରିବି ଝିଅ ବାହାଘର.. ସବୁ ସାରିଦେଲା ନିଆଁ ?

ସ୍ୱପ୍ନର ମୁହୂର୍ତ୍ତ ସତ ହେବାକୁ ଯାଉଥିଲା.. ରାତି ପାହିଲେ ଝିଅର ଲଗ୍ନ ହୋଇଥାନ୍ତା.. ହେଲେ ସବୁ ସାରିଦେଲା ନିଆଁ.. ଆଖି ପିଛୁଳାକେ ମୁଠାଏ ପାଉଁଶ ହୋଇଗଲା ବର୍ଷ ବର୍ଷର ସାଇତା ସ୍ୱପ୍ନ.. ଝିଅର ଗହଣା ଗାଣ୍ଠି, ଲୁଗାପଟା, ଆଟାଚି ସଜ ସବୁକିଛି ଜଳିପୋଡ଼ି ଅଙ୍ଗାର ପାଲଟିଗଲା..

author-image
Santosh Kumar Sahoo

ଆଖି ପିଛୁଳାକେ ମୁଠାଏ ପାଉଁଶ ହୋଇଗଲା ବର୍ଷ ବର୍ଷର ସାଇତା ସ୍ୱପ୍ନ.. ଝିଅର ଗହଣା ଗାଣ୍ଠି, ଲୁଗାପଟା, ଆଟାଚି ସଜ ସବୁକିଛି ଜଳିପୋଡ଼ି ଅଙ୍ଗାର ପାଲଟିଗଲା.. ପେଟରୁ କାଟି କାଟି ସାତ ବର୍ଷ ହେଲା ଏଇ ଟ୍ରଙ୍କରେ ମାଆ ସାଇତିଥିଲା ଶାଢୀ, ଗହଣା, ବାସନକୁସନ..ସଜବାଜ ଜିନିଷ.. ସ୍ୱପ୍ନର ମୁହୂର୍ତ୍ତ ବି ସତ ହେବାକୁ ଯାଉଥିଲା.. ରାତି ପାହିଲେ ଝିଅର ଲଗ୍ନ ହୋଇଥାନ୍ତା.. ହେଲେ ସବୁ ସାରିଦେଲା ନିଆଁ.. କିଛି ଭାବିବା ପୂର୍ବରୁ ରାତିର ଅନ୍ଧକାରରେ ହୁତୁ ହୁତୁ ହୋଇ ନିଆଁ ମାଡ଼ିଆସିଲା.. ଆଖି ପିଛୁଳାକେ ବର୍ଷ ବର୍ଷର ସାଇତା ସ୍ୱପ୍ନକୁ ପାଉଁଶ କରିଦେଇ ଆକାଶଟାକୁ ଧୂଆଁମୟ କରିଦେଲା.. ଆଉ ତା’ପରେ.. ସ୍ଥଗିତ ରହିଗଲା ବାହାଘର..

Advertisment
Bhadrak Short Circuit
Advertisment
Advertisment