Advertisment

ମହିଳାଙ୍କୁ ଖାଇଦେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।

author-image
Tanmay Kumar Mahalik

ନ୍ଦ୍ରାପଡ଼ା ପରେ ଯାଜପୁରରେ କୁମ୍ଭୀର ନେଲା ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ପାଟପୁରରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଗାଁର ଜୋସ୍ନା ଜେନା ବିରୁପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ପରେ କୁମ୍ଭୀର ମହିଳାଙ୍କୁ ଆକ୍ରମଣ କରୁଥିବା ଘଟଣା ମୋବାଇଲରେ କଏଦ ହୋଇଛିା 

Crocodile Attack Woman
Advertisment
Advertisment